ବ୍ରିଟେନର ରାଜା ଚାର୍ଲସ ତୃତୀୟ କର୍କଟ ରୋଗରେ ପୀଡିତ। ବକିଂହମ୍ ପ୍ୟାଲେସରୁ ବିବୃତ୍ତି ଦେଇ ଏହି ସୂଚନା ଦିଆଯାଇଛି। ବକିଂହମ୍ ପ୍ୟାଲେସ ଦ୍ବାରା ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ, କିଙ୍ଗ ଚାର୍ଲସ ତୃତୀୟ କର୍କଟ ରୋଗରେ ପୀଡିତ। ତେବେ ସେ କେଉଁ କର୍କଟ ରୋଗରେ ପୀଡିତ ଅଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।
କିଙ୍ଗ ଚାର୍ଲସ କର୍କଟ ରୋଗରେ ପୀଡିତ ଥିବା ଜାଣିବା ପରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସେ କହିଛନ୍ତି ଯେ, ମୋର କୌଣସି ସନ୍ଦେହ ନାହିଁ ଯେ ସେ ଶୀଘ୍ର ପୂର୍ଣ୍ଣ ଶକ୍ତି ସହିତ ଫେରିବେ । ମୁଁ ଜାଣେ ସମଗ୍ର ଦେଶ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି।