ବ୍ୟବହାର ନକଲେ ଉଠାଇ ନେବ ବିଏମସି !

ବ୍ୟବହାର ନକଲେ ଉଠାଇ ନେବ ବିଏମସି !

ରାସ୍ତା କଡ଼ରେ ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଥିବା ଭଙ୍ଗା ଦଦରା କ୍ୟାବିନ୍, କାଠ ଷ୍ଟ୍ରକଚରକୁ ଉଠାଇ ନେବ ବିଏମସି । ବନ୍ଦ ହୋଇପଡିଥିବା କ୍ୟାବିନଗୁଡିକ ରାସ୍ତା କଡ଼ରେ ରହି ଜାଗା ମାଡ଼ିବସିବା ସହ ସହରକୁ ଅସୁନ୍ଦର କରୁଛି । ପରେ ଏହା ମଦୁଆଙ୍କ ଆଡ଼ା ପାଲଟୁଛି । ଏସବୁକୁ ହଟାଇ ଏହି ପରିତ୍ୟକ୍ତ ବା ଖାଲି ଜାଗାକୁ ବିଏମସି ପ୍ଲେସ ମେକିଂ ଯୋଜନାରେ ବ୍ୟବହାରଯୋଗ୍ୟ କରିବାକୁ ନିଷ୍ପତ୍ତି ନେଇଛି । ବିଏମସି ଏହି ସବୁ ପରିତ୍ୟକ୍ତ କ୍ୟାବିନରେ ନୋଟିସ୍ ଲଗାଇବା ଆରମ୍ଭ କରିଛି । ପୁରା ସହରରେ ଖୋଜି ଖୋଜି ନୋଟିସ୍ ଲଗାଇବାକୁ ଯୋଜନା କରିଛି ଭୁବନେଶ୍ୱର ମହାନଗର ନିଗମ । ନୋଟିସର ଗୋଟିଏ ସପ୍ତାହ ମଧ୍ୟରେ କ୍ୟାବିନ୍ ବା ଷ୍ଟ୍ରକ୍ଚର ସମ୍ପୃକ୍ତ ମାଲିକ ନହଟାଇଲେ ବିଏମସି ଉଠାଇ ନେବ ବୋଲି ନୋଟିସରେ ଚେତାବନୀ ଦେଇଛି ।

author

Related Articles

Leave a Reply

Your email address will not be published. Required fields are marked *