‘ବ୍ୟାଡ୍ ବୟ’ରୁ ବଲିଉଡରେ ପାଦଦେବେ ନମାସି

‘ବ୍ୟାଡ୍ ବୟ’ରୁ ବଲିଉଡରେ ପାଦଦେବେ ନମାସି

ଭୁବନେଶ୍ୱର:

ଅଭିନେତା ମିଥୁନ ଚକ୍ରବର୍ତ୍ତୀ ତାଙ୍କ ୪୫ବର୍ଷର କ୍ୟାରିୟର ମଧ୍ୟରେ ବଲିଉଡ଼କୁ ଅନେକ ସୁପରହିଟ ଫିଲ୍ମି ଦେଇଛନ୍ତି | ଅଦ୍ୟାବଧି ସେ ଫିଲ୍ମିରେ କାମ କରୁଛନ୍ତି | ତେବେ ଇତିମଧ୍ୟରେ ମିଥୁନଙ୍କ ପୁଅ ନମାସି ଚକ୍ରବର୍ତ୍ତୀ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି | ସେ ‘ବ୍ୟାଡ୍ ବୟ’ ଫିଲ୍ମରୁ ବଲିଉଡରେ କ୍ୟାରିୟର ଆରମ୍ଭ କରିବେ | ଏହି ଫିଲ୍ମିରେ ନମାସିଙ୍କ ବିପକ୍ଷରେ ନାୟିକା ଭାବେ ଦେଖାଯିବେ ପ୍ରଯୋଜକ ସାଜିଦ କ୍ୟୁରେସିଙ୍କ ଝିଅ ଅମରିନ କ୍ୟୁରେସି | ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ରାଜକୁମାର ସନ୍ତୋଷୀ ଅଛନ୍ତି | ଏପ୍ରିଲ୨୮ ତାରିଖରେ ଏହା ପରଦାକୁ ଆସିବ | ଫିଲ୍ମି ରିଲିଜ ପୂର୍ବରୁ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଫିଲ୍ମି ରିଲିଜ ପୂର୍ବରୁ ପ୍ରି ରିଲିଜ ମ୍ୟୁଜିକାଲ ଇଭେଣ୍ଟ ରଖାଯାଇଥିଲା ଏହି ଇଭେଣ୍ଟରେ ମିଥୁନ ଚକ୍ରବର୍ତ୍ତୀ, ଜ୍ୟାକି ସ୍ରଫ୍, ସୁନୀଲ ସେଟ୍ଟୀ, ଗୋବିନ୍ଦା, ଭାରତୀ ଆଦି କଳାକାରମାନେ ଯୋଗ ଦେଇଥିଲେ | ‘ବ୍ୟାଡ୍ ବୟ’ ଏକ ରୋମାଣ୍ଟିକ କମେଡି ଫିଲ୍ମି | ଏହା ଜଣେ ମଧ୍ୟବିତ୍ତ ପରିବାରର ପୁଅ ଏବଂ ଜଣେ ଉଚ୍ଚ ଶିକ୍ଷିତା ଝିଅର ପ୍ରମ କାହାଣୀ ଉପରେ ଆଧାରିତ | ଏଥିରେ ଜନି ଲିଭର, ରାଜପାଳ ଯାଦବ, ଦର୍ଶନ ଜରିୱାଲାଆଦି ବେଶ ଗୁରୁତ୍ୱପୂର୍ଣ ଭୂମିକାରେ ଅଭିନୟ କରିବେ |

author

Related Articles

Leave a Reply

Your email address will not be published. Required fields are marked *