ବ୍ୟାନ ହେଲା ମେୟୋନିଜ୍ । ଆଉ ମୋମୋ ପ୍ଲେଟରେ ଦେଖିବାକୁ ମିଳିବନି ମେୟୋନିଜ୍ । ମୋମୋ ପ୍ଲେଟରେ ମେୟୋନିଜ୍ ରେଡ୍ ସସ୍ ତ ନିହାତି ଦରକାର । ଖାସ କରି ମେୟୋନିଜ୍ ବିନା ତ ମୋମୋ ଖାଇବା ଅଧୁରା ବୋଲି ମୋମୋଜ ପ୍ରେମୀମାନେ କୁହନ୍ତି । କିନ୍ତୁ ଏବେ ଆଉ ମେୟୋନିଜ ଦେଖିବାକୁ ବି ମିଳିବନି । କାରଣ ଏହାକୁ ବ୍ୟାନ୍ କରିଛନ୍ତି ତେଲେଙ୍ଗାନା ସରକାର । ଏହାକୁ ନେଇ ଅନେକଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ସମସ୍ୟା ଦେଖିବାକୁ ମିଳୁନଥିବାରୁୁ ଏହାକୁ ବ୍ୟାନ୍ କରିଛନ୍ତି ସରକାର । ତେବେ
ଗତ ମଙ୍ଗଳବାର ମୋମୋ ଖାଇବା ପରେ ହାଇଦ୍ରାବାଦରେ ଜଣେ ୩୧ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏଥିସହ ୪୦ରୁ ଅଧିକ ଅସୁସ୍ଥ ହୋଇ ପଡ଼ିଥିଲେ। ପ୍ରାଥମିକ ଯାଞ୍ଚରୁ ସେମାନେ ହାଇଦ୍ରାବାଦରେ ପାଖାପାଖି ଥିବା ୬ରୁ ଅଧିକ ଦୋକାନରୁ ମୋମୋ ଖାଇଥିଲେ। ଏହି ଘଟଣାର ଯାଞ୍ଚ କରି ପୁଲିସ୍ ୬ ଜଣଙ୍କୁ ଗିରଫ କରିଛି।
ସମସ୍ତ ଦୋକାନୀ ଜଣେ ସପ୍ଲାୟର୍ସଙ୍କ ନିକଟରୁ ମୋମୋ ଅର୍ଡର କରିଥିବା ଜଣାପଡ଼ିଥିଲା। ତାହାର କିଛି ଦିନ ପୂର୍ବରୁ ବି ମୋମୋ ଖାଇବା ଦ୍ୱାରା ଫୁଡ ପଏଜନିଂ ମାମଲା ସାମନାକୁ ଆସିଥିଲା।