ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବୋଇଁ ୭୮୭ ବିମାନ ଦୁର୍ଘଟଣାକୁ ନେଇ ସବୁଆଡେ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଏହି ଘଟଣାରେ ଏକ ଚମତ୍କାର ଦୃଶ୍ୟ ସାମ୍ନାକୁ ଆସିଛି । ଯେଉଁଠି ନିଆଁରେ ସବୁ କିଛି ଜଳି ପୋଡି ପାଉଁଶ ହୋଇଗଲା, ୨୪୧ ଜଣଙ୍କ ଜୀବନ ଗଲା, ବିଲ୍ଡିଂ ଭୁଷୁଡି ପଡିଲା ସେଠି ପବିତ୍ର ଭଗବତ୍ ଗୀତା ଅକ୍ଷତ ରହିଥିବା ଦୃଶ୍ୟ ସାମ୍ନାକୁ ଆସିଛି । ନା ଗୀତାରେ ନିଆଁ ଲାଗିଛି ନା ଟିକେ ଆଞ୍ଚ ବି ଆସିଛି । ସମ୍ପୂର୍ଣ୍ଣ ପଢିବା ଯୋଗ୍ୟ ରହିଛି ଭଗବତ୍ ଗୀତା । ତେବେ ବିମାନ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ସର୍ଚ୍ଚ କରୁଥିବା ସମୟରେ ଭଗବତ୍ ଗୀତା ଅକ୍ଷତ ଅବସ୍ଥାରେ ମିଳିଛି । ଏବଂ ବିମାନରେ ଥିବା କୌଣସି ଯାତ୍ରୀ ଭଗବତ୍ ଗୀତାକୁ ନିଜ ସହ ନେଇ ଲଣ୍ଡନ ଯାଉଥିବା ଆଶଙ୍କା କରାଯାଉଛି । ତେବେ ଏତେ ବଡ ବିମାନ ଦୁର୍ଘଟଣାରେ ୨୪୨ ଜଣଙ୍କ ମଧ୍ୟରୁ ଯେପରି ଜଣେ ବ୍ୟକ୍ତି ବର୍ତି ଯିବା କୌଣସି ଚମତ୍କାର ଠୁ କମ୍ ନୁହେଁ ବୋଲି କୁହାଯାଉଛି ଠିକେ ସେହିପରି ନିଆଁରେ ଭଗବତ୍ ଗୀତା ଅକ୍ଷତ ରହିବାକୁ କୌଣସି ଚମତ୍କାରଠୁ ବି କମ୍ ନୁହେଁ ବୋଲି ଚର୍ଚ୍ଚା ଚାଲିଲାଣି । ଏହା ସହ ଏହା ମୃତ୍ୟୁ ମୁଖରୁ ବର୍ତି ଥିବା ରମେଶଙ୍କର ବୋଲି ଆଶଙ୍କା କରାଯାଉଥିବା ବେଳେ ଏଯାଏଁ ଏହା ସ୍ପଷ୍ଟ ହୋଇନାହିଁ ।

You can share this post!
author