ନବୀନ ଦେଲେ ବଡ ଦାୟିତ୍ୱ, ଆରୁଖଙ୍କ ପାଇଁ ଖୋଲିଲା ବାଟ । ନବୀନଙ୍କ ପାଇଁ ୧୧ ମାସ ପରେ ପୁଣି ରାଜନୀତିକୁ ରିଟର୍ଣ୍ଣ କରିବେ ତ ଆରୁଖ ? ହଁ ଆଜ୍ଞା, ଭଞ୍ଜନଗରର ପୂର୍ବତନ ବିଧାୟକ ବିକ୍ରମ କେଶରୀ ଆରୁଖଙ୍କୁ ନେଇ ଏବେ ଏପରି ଚର୍ଚ୍ଚା ମୁଣ୍ଡ ଟେକିଛି । କାହିଁକି ନା ଗତ ସାଧାରଣ ନିର୍ବାଚନରେ ପରାଜୟ ଗ୍ରହଣ କରିବା ପରେ ବିଜେଡି ନେତା ବିକ୍ରମ କେଶରୀ ଆରୁଖଙ୍କ ଦେଖା ମିଳୁନଥିଲା । । ନା ସେ ବିଜେଡିରେ ନଜର ଆସୁଥିଲେ ନା ନିିଜ ନିବାଚନ ମଣ୍ଡଳୀରେ ଆକ୍ଟିଭ ରହୁଥିଲେ । ଏପରିକି ଦଳୀୟ କାର୍ଯ୍ୟକ୍ରମ ଗୁଡିକରେ ମଧ୍ୟ ସେ ଉପସ୍ଥିତ ରହୁନଥିଲେ । ଯାହାକୁ ନେଇ ସେ ନିର୍ବାଚନ ସମୟରେ ଘୋଷଣା କରିଥିବା ମୁତାବକ ରାଜନୀତିରୁ ସନ୍ୟାସ ନେଇଯାଇଥିବା ମନେ ହେଉଥିଲା ।
କିନ୍ତୁ କିଛି ମାସ ପୂର୍ବରୁ ଦଳର ଦ୍ୱିତୀୟ ପର୍ଯ୍ୟାୟ ପଦଯାତ୍ରା ଚାଲିଥିବା ବେଳେ ଆରୁଖ ପଦ ଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଏବଂ ବିଜେଡି ପାଇଁ ପ୍ରଚାର ପ୍ରସାର କରୁଥିଲେ । ଏପରିକି ନିକଟରେ ନବୀନ ଦଳର ସଭାପତି ପାଇଁ ନାମାଙ୍କନ ଭରିବା ସମୟରେ ମଧ୍ୟ ଆରୁଖଙ୍କୁ ନବୀନଙ୍କ ପାଖେ ପାଖେ ରହିଥିବା ଦେଖିବାକୁ ମିଳିଥିଲା । ଯେଉଁଥିରୁ ଆରୁଖ ଧୀରେ ଧୀରେ ରାଜନୀତିରେ ଏବଂ ବିଜେଡିରେ ପୁଣି ସକ୍ରିୟ ହେଉଥିବା ଆଶଙ୍କା କରାଯାଉଥିଲା । ଆଉ ଏବେ ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ବିକ୍ରମ କେଶରୀ ଆରୁଖଙ୍କୁ ନିଜ ନୂଆ ଟିମରେ ସାମିଲ କରି ଦଳର ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ଯେଉଁଥିରୁ ହାରିବା ପରେ ବି ନବୀନଙ୍କ ଗୁଡବୁକରେ ଆରୁଖ ରହିଥିବା ଏବଂ ନବୀନ ଆରୁଖଙ୍କ ଉପରେ ଭରଷା ରଖିଥିବା ସ୍ପଷ୍ଟ ପ୍ରମାଣିତ ହେଉଛି ।
ତେବେ ଗତକାଲି ନବୀନ ନିଜର ନୂଆ ଟିମ ଘୋଷଣା କରିଥିବା ବେଳେ ଏଥିରେ ଆରୁଖଙ୍କ ସମେତ ଦଳର ଅନେକ ନେତା ସାମିଲ ରହିଛନ୍ତି । ତେବେ ଦେଖାଯାଉ ନବୀନଙ୍କ ପାଇଁ ଆରୁଖ କେବେ ନିଜ ନିବାଚନ ମଣ୍ଡଳୀରୁ ଦମଦାର କମବ୍ୟାକ କରୁଛନ୍ତି ଏବଂ ଆରୁଖଙ୍କ କମ ବ୍ୟାକରେ ଭଞ୍ଜନଗର ବିଜେପିରେ କେଉଁ ହଟଚମଟ ସୃଷ୍ଟି ହେଉଛି ତାହା ଦେଖିବାକୁ ଅପେକ୍ଷା ।
