ଇଏ ସରଳତା ନାଁ ଆଉ କଣ ?ଦୀପାବଳୀରେ ଗାଁ କୁ ଗଲେ ହେଲିକପ୍ଟରରେ .ଭଡ଼ା ଦେଲା କିଏ? ସରକାର ନା ନିଜେ .କିନ୍ତୁ ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହରେ କୁହାଗଲା ସରଳତା କଥା .ହେଲେ ବିମାନ ଟିକଟ ପଇସା ଦେଲେ ରାଜ୍ୟ ସରକାର . ଏହାକୁ ଆପଣ କଣ କହିବେ ?ନିକଟରେ ଚଣ୍ଡୀଗଡ଼ରେ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଯୋଗ ଦେଲେ କୁହାଯାଉଥିଲା ସାଧାରଣ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ମାଝୀ .ସ୍ୱତନ୍ତ୍ର ବିମାନରେ ନଯାଇ ସାଧାରଣ ଯାତ୍ରୀଙ୍କ ଭଳି ସାଧାରଣ ବିମାନରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ତାଙ୍କର ଧର୍ମ ପତ୍ନୀ .ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା ହୋଇଥିଲା .କିନ୍ତୁ ଭଡ଼ା ଅଧିକ ଥିବାରୁ ଯିବାକୁ ମନା କଲେ ମୁଖ୍ୟମନ୍ତ୍ରୀ ଲୋକଙ୍କ ସହ ଯାତ୍ରରା କଲେ ମୋହନ ମାଝୀ .ପ୍ରଥମେ ମୁଖ୍ୟମନ୍ତ୍ରୀ ଯିବା ପାଇଁ ବିମାନ ଲିଗାସି ୬୫୦ ବୁକିଂ କରାଯାଉଥିବା ଯାହାର ଭଡ଼ା ହେଉଥିଲା ୯୧ଲକ୍ଷ ୨୨୦ଜାର ଟଙ୍କା . ପରେ ବିମାନ ଫାଲକନ ୨୦୦ ବୁକିଂ କରାଯାଇଥିଲା ଯାହାର ତିନି ଦିନର ଭଡ଼ା ୭୮ଲକ୍ଷ ୫୫ହଜାର ଟଙ୍କା .ଦୁଇ ଯାକ ବିମାନର ଭଡ଼ା ବହୁତ ଅଧିକ ହେଉଥିବାରୁ ସରକାରୀ ଅର୍ଥ ବଂଚାଇବା ପାଇଁ .ସାଧାରଣ ବିମାନରେ ଯିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ .ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିଷ୍ପତିକୁ ଭୁରି ଭୁରି ପ୍ରସଂଶା କରାଯାଉଥିଲା .କିନ୍ତୁ ଏବେ ଦେଖନ୍ତୁ ନିଜ ରାଜ୍ୟ ଭିତରେ ବିଭିନ୍ନ ଜିଲ୍ଲାରେ ପୋଗ୍ରାମ କଥା ଛାଡ଼ .ନିଜ ଗାଁ କେନ୍ଦୁଝର କୁ ଗଲେ ବି ମୁଖ୍ୟମନ୍ତ୍ରୀ ହେଲିକପ୍ଟରେ ଯାଉଛନ୍ତି .ଆପଣ କୁହନ୍ତୁ ଏହି ଭଡ଼ା କିଏ ଦେଉଛି ?ସରକାର ନା ନିଜେ ମୁଖ୍ୟମନ୍ତ୍ରୀ .ତେବେ ନିକଟରେ ଦୀପାବଳୀ ପାଳିବା ପାଇଁ କେନ୍ଦୁଝରରେ ପହଂଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ .ସେଠାରେ ସେ ନିଜ ଜନ୍ମମାଟିରେ ଦୀପାବଳୀ ପାଲିଥିଲେ . ଲୋକେ ଏହାକୁ ନେଇ ଖୁବ ପ୍ରସାଂସା କରୁଛନ୍ତି . ସେଠାରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ପୂଜା ମଣ୍ଡପରେ ଦେଖିବାକୂ ମିଳିଥିଲା . ମୁଖ୍ୟମନ୍ତ୍ରୀ ସେଠାରେ ମା କାଳୀଙ୍କୁ ଦର୍ଶନ କରିବା ସହ ମାଙ୍କ ପାଖରେ ଓଡିଶାବାସୀଙ୍କ ସୁଖ ସମ୍ଭୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ .
You can share this post!
author