ଭତ୍ତା ନାଁରେ ଖେଳ ଖେଳୁଛି କି ବିଜେପି ? ଆଉ କେବେ ମିଳିବ ୩୦୦୦ ଟଙ୍କା ଭତ୍ତା ? ଏଭଳି ପ୍ରଶ୍ନ ଆଜି ବି ଭତ୍ତା ହିତାଧୀକାରୀଙ୍କ ମନରେ ରହିଛି । ବିଜେପି ସରକାରକୁ ଆସିଲେ ଭତ୍ତା ହିତାଧିକାରୀଙ୍କୁ ୩୦୦୦ ଟଙ୍କା ଭତ୍ତା ମିଳିବ ବୋଲି ଘୋଷଣା କରିଥିଲେ । ନବୀନ ସରକାର ୧୦୦୦ ଟଙ୍କା ଭତ୍ତା ଦେଉଥିବା ବେଳେ ବିଜେପି ସରକାର ୩୦୦୦ ଟଙ୍କା ଦେବ ବୋଲି ପ୍ରତିଶୃତି ଦେଇଥିଲା । ଆଉ ଲୋଭରେ ପଡି ଲୋକମାନେ ବିଜେପି କୁ ଭୋଟ ଦେଇ ବିଜୟ ମଧ୍ୟ କଲୋ କିନ୍ତୁ ସରକାରକୁ ଆସିବା ପରେ ବିଜେପି ନିଜ ରଙ୍ଗ ବଦଳାଇଦେଲା । ସମସ୍ତଙ୍କୁ ୩୦୦୦ ଟଙ୍କା ବଦଳରେ କେବଳ ୮୦ ବର୍ଷରୁ ଉଦ୍ଧ୍ୱ ବୃଦ୍ଧ ବୃଦ୍ଧାଙ୍କୁ ୩୫୦୦ ଟଙ୍କା ମିଳିବ ବୋଲି ଘୋଷଣା କରାଗଲା । ଏହା ସହ ୮୦ ପ୍ରତିଶତରୁ ଅଧିକ ଶାରୀରିକ ଅକ୍ଷମ ଥିବା ବ୍ୟକ୍ତିଙ୍କୁ ହିଁ ଏହି ପେନସନ ମିଳିବ ବୋଲି ବିଜେପି ଘୋଷଣା କରିଛିା ଯେଉଁଥିରେ ଏବେ ବି ଭତ୍ତା ହିତାଧୀକାରୀ ନାଖୁସ ରହିବା ସହ କାହିଁକି ବିଜେପିକୁ ଭୋଟ ଦେଲୁ ଭାବି ପଶ୍ଚାତାପ କରୁଛନ୍ତି ।