ଭତ୍ତା ନାଁରେ ଲୋକଙ୍କୁ ଠକିଦେଲେ ମୋହନ ସରକାର

ଭତ୍ତା ନାଁରେ ଲୋକଙ୍କୁ ଠକିଦେଲେ ମୋହନ ସରକାର

ପୁଣି ଜନତାଙ୍କୁ ମୋହରା ବନାଇଲା ରାଜ୍ୟ ବିଜେପି । ନିର୍ବାଚନ ପୂର୍ବରୁ ଗୋଟିଏ ନିର୍ବାଚନ ପରେ ଆଉ ଗୋଟିଏ ରୂପ ଦେଖାଉଛି ଭାରତୀୟ ଜନତା ପାର୍ଟୀ । ହଁ ଆଜ୍ଞା, ନିର୍ବାଚନ ପୂର୍ବରୁ ବଡ ବଡ ପ୍ରତିଶୃତି ଦେଇ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିଥିଲା ବିଜେପି । ଇସ୍ତାହାରରେ ଲୋଭନୀୟ ଯୋଜନାର ଆଳ ଦେଖାଇ ଲୋକଙ୍କ ଆସ୍ଥା ଜିଣିବାରେ ସଫଳ ହେଲା । ଏବଂ ଶେଷରେ ରାଜ୍ୟରେ ସରକାର ମଧ୍ୟ ଗଢିଲା । କିନ୍ତୁ କ୍ଷମତାକୁ ଆସିବା ପରେ ସବୁ ଭୁଲିଗଲା । ନାଁ ନିଜେ ଦେଇଥିବା ପ୍ରତିଶୃତିକୁ ପାଳନ କଲା ନା ରାଜ୍ୟବାସୀଙ୍କ ପାଇଁ କିଛି ନୂଆ ଯୋଜନା ଆଣିଲା । କେବଳ ଡବଲ ଇଞ୍ଜିନ ସରକାରର ଲୋଭ ଦେଖାଇ ଲୋକଙ୍କୁ ମୋହରା ବନାଇ ସରକାର ଗଢିବାରେ ବିଜେପି ସଫଳ ହୋଇଥିବା ଏବେ ସାଧାରଣରେ ଆଲୋଚନା ଆରମ୍ଭ ହେଲାଣି । କାରଣ ବିଜେପି ଦେଇଥିବା ପ୍ରତିଶୃତି ମଧ୍ୟରେ ସବୁଠୁ ଆଗରେ ରହିଥିଲା ଭତ୍ତା ଟଙ୍କାରେ ବୃଦ୍ଧିା ବିଜେପି ରାଜ୍ୟରେ ସରକାର ଗଢିଲେ ଭତ୍ତା ଟଙ୍କା ୩୦୦୦ ଟଙ୍କାକୁ ବୃଦ୍ଧି ଘଟିବ ବୋଲି ପ୍ରତିଶୃତି ଦେଇଥିଲା । ଆଉ ତାହା ହେଲା ମଧ୍ୟ । ୩୦୦୦ ଟଙ୍କା ବଦଳରେ ୩୫୦୦ ଟଙ୍କା ଭତ୍ତା ଆକାରରେ ମିଳିବ ବୋଲି ଘୋଷଣା କରାଗଲା । କିନ୍ତୁ ମାତ୍ର ଅଳ୍ପ କେଇଜଣଙ୍କ ପାଇଁ । ଯେଉଁମାନେ ୮୦ ବର୍ଷରୁ ଉର୍ଦ୍ଧ୍ୱ ଏବଂ ୮୦ ପ୍ରତିଶତରୁ ଅଧିକ ଶାରୀରିକ ଅକ୍ଷମ କେବଳ ସେଇମାନେ ହିଁ ଏହି ସୁବିଧା ପାଇପାରିବେ । । ବାକି ଭତ୍ତା ହିତାଧୀକାରୀଙ୍କୁ ସେଇ ୧୦୦୦ ଟଙ୍କାରେ ହିଁ ସନ୍ତୁଷ୍ଟ ହେବାକୁ ପଡିବ ବୋଲି ସୂଚନା ମିଳିଛି । ଯାହାକୁ ନେଇ ଭତ୍ତା ପାଇଁ ଚାତକ ଭଳି ଚାହିଁ ରହିଥିବା ହିତାଧିକାରୀ ଶେଷରେ ନିରାଶ ହୋଇଛନ୍ତି । ତେବେ ଏହି ଭଳି ଅନେକ ଯୋଜନା ରହିଛି ଯାହାକୁ ନେଇ ହିତାଧୀକାରୀ ଦ୍ୱନ୍ଦ୍ୱରେ ରହିଛନ୍ତି । କାହାକୁ ନୂଆ ଯୋଜନା ମିଳିବ ଏବଂ କାହାକୁ ନାଁ ସେନେଇ ଦ୍ୱ୍‌ନ୍ୱ ଉପୁଜୁଛି । ତେବେ ଦେଖାଯାଉ ବିଜେପିର ଏହି ଘୋଷଣା ଆଗକୁ ଦଳ ଉପରେ କେତେ ଭାରୀ ପଡୁଛି ଏବଂ ବିଜେପି ଉପରେ ଲୋକଙ୍କ ଆଭିମୁଖ୍ୟ କଣ ରହୁଛି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *