ଭଦ୍ରକ ଗ୍ରାମାଞ୍ଚଳ ଥାନା ପଥର ଆଡିରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଓ ଅଭାବନୀୟ ଘଟଣା । ଷଣ୍ଢ ଆକ୍ରମଣରେ ଚାଲିଗଲା ବୃଦ୍ଧାଙ୍କ ଜୀବନ ଏବଂ ଅନ୍ୟଜଣେ ଗୁରୁତର । ଗତ କିଛି ଦିନ ହେବ ସେହି ଗାଁରେ ମାରଣା ଷଣ୍ଢ ବୁଲିବା ସହ ଲୋକଙ୍କୁ ମାରିବା ପାଇଁ ଗୋଡାଉଥିଲା । ଷଣ୍ଢ ଭୟରେ ଲୋକମାନେ ବାହାରକୁ ବାହାରିବାକୁ ଭୟ କରୁଛନ୍ତି । ଆଜି ଭୋର ସମୟରେ ପଥରଆଡି ଅଞ୍ଚଳର ଜଣେ ବୃଦ୍ଧା କୌଣସି କାର୍ଯ୍ୟରେ ଯାଉଥିବା ସମୟରେ, ମାରଣା ଷଣ୍ଢ ଆକ୍ରମଣ କରିଛି । ବୃଦ୍ଧାଙ୍କୁ ଗୁରୁତର ଓ ସଜ୍ଞାହୀନ ଅବସ୍ଥାରେ ସ୍ଥାନୀୟ ଲୋକ ମେଡିକାଲରେ ଭର୍ତ୍ତି କରିଥିଲେ . ମେଡିକାଲରେ ବୃଦ୍ଧା ଜଣଙ୍କର ମୃତ୍ୟୁ ହୋଇଥିଲା. ଉକ୍ତ ଅଞ୍ଚଳର ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଷଣ୍ଢ ଆକ୍ରମଣରେ ଗୁରୁତର ହୋଇ ଭଦ୍ରକ ମେଡିକାଲରେ ଚିକିତ୍ସା ହେଉଛନ୍ତି।
You can share this post!
author
Related Articles
ପ୍ରତିଦିନ ଚକୋଲେଟ ଖାଇଲେ କଣ ମିଳିବ ଫାଇଦା ?
- September 28, 2024
ଓଡ଼ିଶା ଫୋଟ ଏକ୍ସପୋ 2024ଉଦଘାଟିତ
- September 28, 2024
ତହସିଲଦାରଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ପ୍ରତିବାଦ
- September 28, 2024