ଭରତପୁର ଥାନା ମାମଲାରେ ଆସିଲା ଆଉ ଏକ ଟ୍ୱିଷ୍ଟ । କିଏ ଏଠାରେ ଅସଲ ଦୋଷୀ ? କିଏ କହୁଛି ସତ ? ପୋଲିସ ନା ପୀଡିତା ? କାହାକୁ ସପୋର୍ଟ କରୁଛନ୍ତି ଜନତା ?
ଏଭଳି ଅନେକ ପ୍ରଶ୍ନ ସାଙ୍ଗକୁ ଥାନା ଭିତରେ ମହିଳାଙ୍କୁ ଅସଦାଚରଣ ନେଇ ସାରା ରାଜଧାନୀରେ ନିଆଁ ଜଳୁଥିବା ବେଳେ ପୀଡାତାଙ୍କ ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହା ସେଦିନ ରାତିର ଗୋଟି ଗୋଟି ସତ ଘଟଣାକୁ ବଖାଣୁଛି । ଭରତପୁର ଘଟଣାରେ ସାମ୍ନାକୁ ଆସିଛି ଏପରି କିଛି ଭିଡିଓ ।
ଟିକିଏ ଭଲକରି ନଜର ପକାନ୍ତୁ ଏହି ସିସିଟିଭି ଫୁଟେଜ ଗୁଡିକ ଉପରେ ପ୍ରଥମେ ରୋଡ ରୋମିଓଙ୍କ ସହିତ ଯୁକ୍ତିତର୍କ ଏହାପରେ ଭରତପୁର ଥାନାରେ ପୋଲିସଙ୍କ ସହିତ ବଚସା ଆଉ ଏହାପରେ ନିଶାସକ୍ତ ଅବସ୍ଥାରେ ବୁଡି ରହିଥିବା ପୀଡିତା ଅଙ୍କିତା ପ୍ରଧାନଙ୍କୁ ପୋଲିସ ଥାନା ଭିତରେ ମାଡ ମାରିବା ଘଟଣାକୁ ନେଇ ସରକାରଙ୍କ ଉପରକୁ ଓ ପୋଲିସ ପ୍ରଶାସନ ଉପରକୁ ଆଙ୍ଗୁଠି ଉଠାଉଛନ୍ତି ସାଧାରଣ ଜନତା ।
ବର୍ତ୍ତମାନ ଆମେ ଭାଇରାଲ ହେଉଥିବା ଭିଡିଓଟି ଉପରେ ନଜର ପକାଇବା । ପୀଡିତା ଜଣଙ୍କ ହସ୍ପିଟାଲକୁ ଚାଲିକି ଯାଉଥିବାର ଦୃଶ୍ୟ । ପୋଲିସଙ୍କ ଠାରୁ ମାଡ ଖାଇସାରିବା ପରେ କିପରି ନିଜେ ଚାଲି ଚାଲି ହସ୍ପିଟାଲ ଯାଇଛନ୍ତି ପୀଡିତା ଅଙ୍କିତା ପ୍ରଧାନ । ଯାହା ସେ ପୋଲିସ ନାଁରେ ଆଣିଥିବା ଅଭିଯୋଗ ଉପରେ ପ୍ରଶ୍ନ ଉଠାଉଛି । କାହିଁକିନା କାନ୍ଦି କାନ୍ଦି ଗଣମାଧ୍ୟମ ସାମ୍ନାରେ ବୟାନ ଦେଇଥିବା ଅଙ୍କିତା ପୋଲିସଙ୍କଠାରୁ ମାଡ ଖାଇବା ପରେ କିପରି ନିଜେ ଚାଲିକି ହସ୍ପିଟାଲ ଯାଇଥିଲେ ତାହା ଏବେ ଦ୍ୱନ୍ଦ ସୃଷ୍ଟି କରୁଛି । ପୋଲିସ ପ୍ରଶାସନ ଉପରେ ନାନା ପ୍ରଶ୍ନ ଉଠୁଥିବା ବେଳେ କେବେ ସାମ୍ନାକୁ ଆସୁଛି ପ୍ରକୃତ ସତ କେବଳ ତାହାର ଅପେକ୍ଷା ।
