ଭରତପୁର ଘଟଣାରେ ହାଇକୋର୍ଟଙ୍କ ଉଦବେଗ

ଭରତପୁର ଘଟଣାରେ ହାଇକୋର୍ଟଙ୍କ ଉଦବେଗ

ଭରତପୁର ଘଟଣାରେ ଉଦବେଗ ପ୍ରକାଶ କଲେ ହାଇକୋର୍ଟ । ନିଜ ଆଡୁ ଏହି ଘଟଣାକୁ ନେଇ ଜନସ୍ୱାର୍ଥ ମାମଲା ରୁଜୁ କରିବା ସହ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ନାମ ବ୍ୟବହାର ନକରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଭରତପୁର ଥାନା ଉପରେ ମଧ୍ୟ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କାହିଁକି ମେଜର ଏବଂ ତାଙ୍କ ନାମ ବ୍ୟବହାର କରାଯାଉଛି ତାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ଏହା ସହ ସୁପ୍ରିମ କୋର୍ଟଙ୍କ ରାୟ ଅନୁସାରେ ସବୁଥାନାରେ ସିସିଟିଭି ରହିବା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି । ଥାନାରେ ସିସିଟିଭି ପ୍ରସଙ୍ଗରେ ଜବାବ ତଲବ କରିବା ସହ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *