ଭରତପୁର ଘଟଣା ଭୁବନେଶ୍ୱର ଛାଡି ପଳାଇଲେ ମୋହନ !

ଭରତପୁର ଘଟଣା ଭୁବନେଶ୍ୱର ଛାଡି ପଳାଇଲେ ମୋହନ !

ଶହେ ଦିନର ରିପୋର୍ଟ କାର୍ଡକୁ ଧରି ବୁଲୁଛନ୍ତି ମୋହନ ସରକାର । ହଁ ଦର୍ଶକବନ୍ଧୁ ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ହେବା ପରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ଆସିଛି ବ୍ୟାପକ ପରିବର୍ତ୍ତନ । ରାଜ୍ୟର ମହିଳାମାନଙ୍କୁ ଶୁଭଦ୍ରା ଯୋଜନାର ଭେଟି ଦେଇଛନ୍ତି ମୋହନ ସରକାର । ଏହାପରେ ଶରଧାବାଲିରେ ନିଜର ବିଜୟ ଉତ୍ସବ ପାଳନ କରି ସାରିବା ପରେ ନିଜର ଜନ୍ମମାଟି ତଥା କେନ୍ଦୁଝରକୁ ତିନିଦିନିଆ କେନ୍ଦୁଝର ବାହାରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯାହାକୁ ବିରୋଧି ଶିବିରରେ କଡା ସମାଲୋଚନା କରାଯାଇଛି । ରାଜଧାନୀରେ ଜଣେ ମହିଳାଙ୍କୁ ଥାନା ଭିତରେ ଏପରି ଅସଦାଚରଣ କରାଯିବା ନେଇ ଉଠୁଛି ପଡୁଛି ରାଜ୍ୟ ରାଜନୀତି । ସାଧାରଣ ଜନତାଙ୍କ ଠାରୁ ଯେ ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରତିବାଦ କରି ଆନ୍ଦୋଳନ କରୁଛନ୍ତି । କିନ୍ତୁ ଚୁପ ବସିଛନ୍ତି ରାଜ୍ୟ ସରକାର । ଘଟଣା ତୀବ୍ରତର ରୂପ ନେବା ପରେ ଉପମୁଖ୍ୟମନ୍ତ୍ରୀ ଏମସ ଯାଇ ପୀଡିତାଙ୍କୁ ଭେଟିଥିଲେ । ଏବଂ ରାଜ୍ୟସରକାର ଏ ଦିଗରେ ଦୋଷୀଙ୍କୁ ଉଚିତ ଦଣ୍ଡବିଧାନ କରିବେ ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ । ପରନ୍ତୁ ଖୋଦ ଦେଶର ମୁଖିଆ ରାଜଧାନୀର ଏହି ଭୟଙ୍କର ଘଟଣାକୁ ନେଇ ମୁହଁ ଖୋଲି ନାହାନ୍ତି । ଅନ୍ୟପଟେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ପ୍ରେସମିଟ ଜରିଆରେ ରାଜ୍ୟ ସରକାର ଏ ଦିଗରେ ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ଦାବି କରିଛନ୍ତି । କିନ୍ତୁ ସମସ୍ତଙ୍କ କଥାକୁ ଫୁ କରି ନିଜର ବିଜୟ ଉତ୍ସବ ମନେଇବାରେ ମସଗୁଲ ଅଛନ୍ତି ମୋହନଙ୍କ ସରକାର । ଗାଁ ଗାଁ ବୁଲି ନିଜ ଦଳକୁ ସୃଦୃଢ କରୁଛନ୍ତି କିନ୍ତୁ ରାଜ୍ୟର ସମସ୍ୟା ଦିଗରେ ଆକ୍ସନ ନେଉନାହାନ୍ତି । ଭରତପୁର ଥାନା ମାମଲାରେ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ 4 ଜଣ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି ସତ କିନ୍ତୁ ଆଇଆଇସିଙ୍କୁ ଗିରଫ ଦାବି ପ୍ରସଙ୍ଗ ରାଜ୍ୟରେ ଜୋର ଧରିଛି । ଏ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପ୍ରଶ୍ନ ମଧ୍ୟ ଉଠାଉଛନ୍ତି ବିରୋଧି ।  ତେବେ ଏ ଦିଗରେ ସକ୍ରିୟ ନଥିବା ମୋହନ ସରକାର କେବେ ପୀଡିତାଙ୍କୁ ଉଚିତ ନ୍ୟାୟ ଦେଉଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *