ଭାଇରାଲ ହେଲା ଫଟୋ ବିବାହ କଲେ ବର୍ଷା ଟୁଙ୍ଗୁରୁ

ଭାଇରାଲ ହେଲା ଫଟୋ ବିବାହ କଲେ ବର୍ଷା ଟୁଙ୍ଗୁରୁ

ପୁଣି ଚର୍ଚ୍ଚାରେ ବର୍ଷା ଟୁଙ୍ଗୁରୁ ପ୍ରେମ କାହାଣୀ । ସୋସିଆଲ ମିଡିଆରେ ଦୁଇ ଚର୍ଚ୍ଚିତ ଯୋଡି ବର୍ଷା ଟୁଙ୍ଗୁରୁଙ୍କ ଲଭଷ୍ଟୋରୀରେ ଆସିଲା ନୂଆ ମୋଡ । ନିଜର ପ୍ରେମିକା ବର୍ଷାଙ୍କୁ ବିବାହ କଲେ ଟୁଙ୍ଗୁରୁ । ଟିକିଏ ନଜର ପକାନ୍ତୁ ଏହି ଫଟୋ ଟି ଉପରେ ଭାଇରାଲ ହେବାରେ ଲାଗିଛି ବର୍ଷା ଓ ଟୁଙ୍ଗୁରୁଙ୍କ ଏହି ଫଟୋ । ହଁ ଆଜ୍ଞା ମୁଣ୍ଡରେ ମୁକୁଟ ମଥାରେ ସିନ୍ଦୂର ପିନ୍ଧି ବାହା ହୋଇଥିବା ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦିନେ ଏହି ଦୁଇଙ୍କ ଲଭଷ୍ଟୋରୀକୁ ନେଇ ଉଠୁଥିଲା ପଡୁଥିଲା । ଆଉ ଆଜି ଦୁହିଁଙ୍କ ପ୍ରେମ ସମ୍ପର୍କକୁ ମିଳିଛି ବିବାହର ମାନ୍ୟତା । ନିଜ ପ୍ରେୟସୀ ବର୍ଷାଙ୍କ ଜିଦରେ ପୂର୍ଣ୍ଣଚ୍ଛେଦ ପକାଇ ତାଙ୍କ ମଥାରେ ସିନ୍ଦୂର ଦେଇଛନ୍ତି ଟୁଙ୍ଗୁରୁ ଭୋଳ । ଗତ 2022 ମସିହାରେ ବେଶ ଚର୍ଚ୍ଚାରେ ରହିଥିଲା ଏହି ଦୁହିଁଙ୍କ ଲଭଷ୍ଟୋରୀ । ଟୁଙ୍ଗୁରୁ ଅଟୋ ଚଳାଉଥିଲେ ଆଉ ଥରେ ବର୍ଷା ଭୋଳଙ୍କୁ ଅଟୋରେ ନେବା ମଧ୍ୟରେ ତାଙ୍କ ଭିତରେ ଗଢିଉଠିଥିଲା ପ୍ରେମ ସମ୍ପର୍କ । ଯାହା ଜାଣିବା ପରେ ବର୍ଷାଙ୍କ ସ୍ୱାମୀ ତାଙ୍କୁ ଛାଡି ଦେଇଥିଲେ ଏବଂ ଟୁଙ୍ଗୁରୁଙ୍କୁ ବାହା ହେବା ପାଇଁ ଜିଦ କରିଥିଲେ । ଆଉ ଗୋଟେଥର ମଧ୍ୟ ସିନ୍ଦୂର ଓ ଫୁଲ ମାଳ ଧରି ଭରତପୁର ଥାନାରେ ଧାରଣାରେ ବସିଥିଲେ । ଯାହା ପରେ ଗଣମାଧ୍ୟମରେ ଏହି ବିଷୟକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ତେବେ ଦୁହିଁଙ୍କ ପ୍ରେମ ସମ୍ପର୍କ ଏବେ ବିବାହରେ ପରିଣତ ହେବାର ଫଟୋ ଭାଇରାଲ ହେବାରେ ଲାଗିଛି ।

author

Related Articles

Leave a Reply

Your email address will not be published. Required fields are marked *