ଭାଗବତ ସପ୍ତାହ ପାଳିତ

ଭାଗବତ ସପ୍ତାହ ପାଳିତ

ଚଳିତ ଭାଦ୍ରବ ମାସ ଶୁକ୍ଳ ଅଷ୍ଟମୀ ଠାରୁ ଭାଦ୍ରବ ଶୁକ୍ଳ ପୂର୍ଣ୍ଣିମା ପର୍ଯ୍ୟନ୍ତ ସାତ ଦିନ ଧରି ସ୍ଥାନୀୟ ଖଲ୍ଲିକୋଟ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଭାଗବତ ସପ୍ତାହ ମହାସମାରୋରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଶ୍ରୀଳ ହରିଚରଣ ଦାସ ମହାରାଜ ବ୍ୟସାସନ ଅଳଙ୍କୃତ କରିଥିବା ବେଳେ ପୁରୀ ଭାଗବତ ଆଶ୍ରମ ରୁ ନିମନ୍ତ୍ରିତ ପ୍ରବକ୍ତା ଶ୍ରିଳ ଅଚ୍ୟୁତାନନ୍ଦ ଦାସ ସରଳିକୃତ ଭାବେ ଭାଗବତ କଥା କୁ ପରସି ଥିଲେ। ପ୍ରତେହ ସକାଳ ୭ଘଣ୍ଟିକକ୍ଷ ଠାରୁ ସନ୍ଧ୍ୟା ୬ଘଣ୍ଟିକକ୍ଷ ପର୍ଯ୍ୟନ୍ତ ଭାଗବତ ପରାୟଣ ହୋଇଆସୁଥିବା ବେଳେ ପ୍ରାତେହ ସନ୍ଧ୍ୟା ୭ଟା ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ଭାଗବତ କଥା ଓ ପରେ ପରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ପ୍ରତେକ୍ ଦିନ ହଜାର ହଜାର ଶ୍ରଦ୍ଧାଳୁ ଏହି ଉତ୍ସବ ରେ ଯୋଗ ଦେଇ ହରି କଥା ଶ୍ରବଣ କରିବା ସହିତ ଭାଗବତ ରସ ଦ୍ଵାରା ଆପ୍ୟାୟତ ହେଉଥିଲେ।

ରିପୋର୍ଟ ସିପ୍ରା ପଟନାୟକ

author

Related Articles

Leave a Reply

Your email address will not be published. Required fields are marked *