ଭାଙ୍ଗିଗଲା ଅପରାଜିତା, ବୈଜୟନ୍ତଙ୍କ ସ୍ୱପ୍ନ

ଭାଙ୍ଗିଗଲା ଅପରାଜିତା, ବୈଜୟନ୍ତଙ୍କ ସ୍ୱପ୍ନ

ନିରାଶ ହେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା । ମୋଦିଙ୍କ ନୂଆ ମନ୍ତ୍ରୀ ମଣ୍ଡଳରେ ମିଳିଲାନି ଏମାନଙ୍କୁ ସ୍ଥାନ । ହଁ ଆଜ୍ଞା. ରାଜ୍ୟରେ ଏଥର ବିଜେପିର ସୁନାମୀ ଆସିଛି । ରାଜ୍ୟରେ ୨୧ଟି ଲୋକସଭା ଥିବା ବେଳେ ସେଥିରୁ ୨୦ଟି ଆସନ ବିଜେପି ଖାତାକୁ ଯାଇଛି । ବିଜେପିର ହେଭିୱେଟ ନେତାମାନେ ନିଜ ନିଜ ପଦକୁ ଏଥର ବଜାୟ ରଖିଛନ୍ତି । ଖାସ କରି ଓଡିଶା ବିଜେପି ଏଥର ୨୦ଟି ସାଂସଦ ପଦ ହାତେଇ ବହୁମତ ହାସଲ କରିଛି । ଯାହାକୁ ନେଇ ଚର୍ଚ୍ଚା ହେଉଥିଲା କି ଏଥର ୨୦ ଜଣ ସାଂସଦଙ୍କ ମଧ୍ୟରୁ ଅନେକ ନେତାଙ୍କୁ ମୋଦି ତାଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେବେ । କ୍ୟାବିନେଟରେ ଉଚ୍ଚ ଉଚ୍ଚ ପଦବୀରେ ସ୍ଥାନିତ କରିବେ । କିନ୍ତୁ ସେପରି କିଛି ବି ହେଲାନି । ଓଡିଶାରୁ ମାତ୍ର ୩ ଜଣ ସାଂସଦଙ୍କୁ ମୋଦି ତାଙ୍କ ନୂଆ ମନ୍ତ୍ରୀ ମଣ୍ଡଳରେ ସାମିଲ କରିଛନ୍ତି । ଏବଂ ଏହି ୩ ଜଣ ନେତା ପୂର୍ବରୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଭାବରେ କାର୍ଯ୍ୟ କରିସାରିଛନ୍ତି । କିଏ ମୋଦିଙ୍କ ପ୍ରଥମ ପାଳି ସରକାରରେ କେନ୍ଦ୍ରମନ୍ତ୍ରୀ ପଦ ତୁଲାଇଥିଲେ ତ ଆଉ କିଏ ଦ୍ୱିତୀୟ ପାଳି ସରକାରରେ । ଏପରିକି ମୋଦିଙ୍କ ୩ ପାଳିର ସରକାରରେ ଧର୍ମେନ୍ଦ୍ର ପ୍ରଧାନ କିଛି ବି କିଛି ଗୁରୁ ଦାୟିତ୍ୱ ନିର୍ବାହ କରିଛନ୍ତି । କିନ୍ତୁ ଚଳିତ ଥର ଆଉ କିଛି ନେତାଙ୍କୁ ସୁଯୋଗ ମିଳିବ ବୋଲି ଆଶଙ୍କା କରାଯାଉଥିଲା । ଖାସ କରି ଦଳର ଫାୟାର ବ୍ରାଣ୍ଡ ନେତ୍ରୀ ଅପରାଜିତା ଷଡଙ୍ଗୀ ଏଥର ନିଶ୍ଚିତ କେନ୍ଦ୍ରରେ ମନ୍ତ୍ରୀ ପଦ ସମ୍ଭାଳିବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା । ଏବଂ କେନ୍ଦ୍ରାପଡାର ନୂତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମଧ୍ୟ ମୋଦି ଭରସା କରିବେ ବୋଲି କୁହାଯାଉଥିଲା । କିନ୍ତୁ ଏମାନଙ୍କର ସେ ଆଶା ନିରାଶାରେ ପରିଣତ ହୋଇଯାଇଛି । ଗତ ଥର ୮ ଜଣ ସାଂସଦଙ୍କ ମଧ୍ୟରୁ ୨ ଜଣଙ୍କୁ କ୍ୟାବିନେଟରେ କାଯ୍ୟ କରିବାର ସୁଯୋଗ ମିଳିଥିବା ବେଳେ ଚଳିତ ଥର ୨୦ ସାଂସଦଙ୍କ ମଧ୍ୟରୁ ୩ ଜଣଙ୍କୁ କେନ୍ଦ୍ରୀୟ ଦାୟିତ୍ୱ ମିଳିଛି । ତେବେ ଓଡିଶାରେ ଏବେ ବି କିଏ କିଏ ମନ୍ତ୍ରୀ ହେବେ ସେନେଇ ଆଲୋଚନା ଚାଲିଥିବା ବେଳେ ଦେଖାଯାଉ ଅପରାଜିତାଙ୍କ ଖାତାକୁ କେଉଁ ପଦ ଆସୁଛି ଏବଂ ଅପରାଜିତା କିପରି ପ୍ରଦର୍ଶନ କରୁଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *