ଭାଙ୍ଗିଯିବ କି ବିଜେଡିର କଟକ ଗଡ ?

ଭାଙ୍ଗିଯିବ କି ବିଜେଡିର କଟକ ଗଡ ?

ରାଜ୍ୟରେ ଆରମ୍ଭ ହୋଇଯାଇଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । 5ଟି ସଂସଦୀୟ କ୍ଷେତ୍ର ସହିତ 35 ବିଧାନସଭା ଆସନରେ ଭୋଟ ଗ୍ରହଣ ଚାଲିଛି । ଆଗାମୀ ପର୍ଯ୍ୟାୟ ମତଦାନରେ କଟକ ସଂସଦୀୟ କ୍ଷେତ୍ରରେ ଭୋଟ ପଡିବ । ଆଉ ମାତ୍ର ଦିନ କେଇଟାର ଅପେକ୍ଷା । ରୋଚକ ହେବ କଟକ ସଂସଦୀୟ କ୍ଷେତ୍ରର ଲଢେଇ । ହଁ ଆଜ୍ଞା କାହିଁକିନା ବିଜେଡିର ଗଡ ଥିବା କଟକ ସଂସଦୀୟ କ୍ଷେତ୍ରର ସ୍ଥିତି କିଛି ଅଲଗା । ବିଜେଡିରୁ କଟକ ସାଂସଦ ହୋଇଥିବା ଭର୍ତ୍ତୁହରି ମହତାବ ଏବେ ବିଜେପିରେ ମିଶିଛନ୍ତି ଏବଂ ବିଜେପି ଟିକେଟରେ କଟକ ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ହୋଇଛନ୍ତି । ବିଜେଡିର ଗଣିତ ବିଗାଡିବା ପାଇଁ ଭର୍ତ୍ତୁହରି ନିଜର ସଙ୍ଗଠନକୁ ସୃଦୁଢ କରିବାରେ ଲାଗିଛନ୍ତି । ଗତ କିଛି ବର୍ଷ ହେବ ସେ ଦଳରୁ କୋଣଠେସା ହୋଇ ରହୁଥିଲେ । ତେଣୁ ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଅନ୍ୟପଟେ ବିଜେଡି ଏଠାରେ କର୍ପୋରେଟ ଦୁନିଆରୁ ରାଜନୀତି ମଇଦାନକୁ ଆସିଥିବା ସନ୍ତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରାଇଛି । ନୂଆ କରି ରାଜନୀତି ମଇଦାନରେ ଏଣ୍ଟ୍ରି ମାରିଛନ୍ତି ସନ୍ତୃପ୍ତ ମିଶ୍ର । ନୂଆ ମୁହଁ ଭାବେ ସନ୍ତୃପ୍ତଙ୍କ ପାଖେ ଲୋକଙ୍କର ଆଶା ରହିଛି ସେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାକୁ ଲୋକମାନଙ୍କ ପାଖରେ ପହଞ୍ଚାଇ ଭୋଟ ଗ୍ରହଣ କରୁଛନ୍ତି । ବିଜେଡିର ଗଡ ଥିବା କଟକ ସଂସଦୀୟ କ୍ଷେତ୍ରରେ ବିଜୁ ଜନତା ଦଳ ନୂଆ ମୁହଁକୁ ସୁଯୋଗ ଦେଇଛି । କିନ୍ତୁ ଏଠାରୁ ସାଂସଦ ହୋଇଆସୁଥିବା ଭର୍ତ୍ତୁହରିଙ୍କର ମଧ୍ୟ କଟକ ସଂସଦୀୟ କ୍ଷେତ୍ରରେ ଲୋକପ୍ରିୟତା ରହିଛି । ଯାହା ତାଙ୍କୁ ନିର୍ବାଚନୀ ବୈତରଣୀ ପାର କରିବାରେ ସହଜ କରିବ । କିନ୍ତୁ ଚଳିତ ନିର୍ବାଚନରେ କାହାକୁ ଭରସା କରିବେ କଟକ ବାସୀ ରାଜନୀତିରେ ନୂଆ କରି ଏଣ୍ଟ୍ରି କରିଥିବା ସନ୍ତୃପ୍ତ ମିଶ୍ର ନା କଟକ ବାସୀଙ୍କ ଦୁଃଖ ସୁଖରେ ସାମିଲ ହେଉଥିବା ଭର୍ତ୍ତୁହରି ମହତାବ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *