ଭାଙ୍ଗୁଛି କଂଗ୍ରେସ ଘର !

ଭାଙ୍ଗୁଛି କଂଗ୍ରେସ ଘର !

ଆସୁଛି ସାଧାରଣ ନିର୍ବାଚନ । କେମିତି କ୍ଷମତା ହାତକୁ ଆସିବ ସେଥିପାଇଁ ତତ୍ପର ସମସ୍ତ ରାଜନୈତିକ ଦଳ । ଦୀର୍ଘ ଦଶନ୍ଧି ଧରି କ୍ଷମତାରୁ ଦୂରରେ ଥିବା କଂଗ୍ରେସ ମଧ୍ୟ ନିଜ ଅସଜଡା ଘରକୁ ଏଥର ସଡାଜିବା ପାଇଁ ଲାଗି ପଡିଛି । ତେବେ ଗୋଟିଏ ପଟେ ଭାରତ ଯୋଡୋ ନ୍ୟାୟ ଯାତ୍ରା କରି ଜନତାଙ୍କ ସହ ସିଧା ଯୋଡି ହେବାକୁ ଏବଂ ଦେଶବାସୀଙ୍କୁ ଏକାଠି ବାନ୍ଧି ରଖିବା କଂଗ୍ରେସ ନିଜର ମୂଳ ଲକ୍ଷ୍ୟ କହୁଛି । ଅନ୍ୟପଟେ ଦଳ ଭିତରର କନ୍ଦଳ ପଦାରେ ପଡୁଛି । ଜଣଙ୍କ ପରେ ଜଣେ ବରିଷ୍ଠ ନେତା ଦଳ ଛାଡୁଛନ୍ତି । ୨୦୧୯ ମସିହାରୁ ଏବେ ସୁଦ୍ଧା ୧୧ ଜଣ ବରିଷ୍ଠ କଂଗ୍ରେସ ନେତା ଦଳ ଛାଡିସାରିଲେଣି । ସବୁଠୁ ବଡ କଥା ହେଉଛି ଯେଉଁ ନେତାମାନେ କଂଗ୍ରେସ ଛାଡିଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ନେତା କଂଗ୍ରେସର ମୁଖ୍ୟ ବିରୋଧୀ ବିଜେପିରେ ସାମିଲ ହୋଇଛନ୍ତି । ଏହି ତାଲିକା ଲମ୍ବିବା କାରଣରୁ କଂଗ୍ରେସରେ ଅସନ୍ତୋଷ ଏବଂ ଅଣଦେଖାକୁ ନେଇ ଯେଉଁ ଚର୍ଚ୍ଚା ହୁଏ ସେକଥାକୁ ଆହୁରି ବଳ ମିଳୁଛି । ଯାହା କଂଗ୍ରେସ ପାଇଁ ଆଗକୁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *