ଭାରତରେ ଅନୁଷ୍ଠିତ ହେବ ୭୧ତମ ମିସ୍ ୱାର୍ଲ୍ଡ ପ୍ରତିଯୋଗୀତା

ଭାରତରେ ଅନୁଷ୍ଠିତ ହେବ ୭୧ତମ ମିସ୍ ୱାର୍ଲ୍ଡ ପ୍ରତିଯୋଗୀତା

ଭାରତରେ ଅନୁଷ୍ଠିତ ହେବ ୨୦୨୪ ମିସ୍ ୱାର୍ଲ୍ଡ ପ୍ରତିଯୋଗୀତା । ଦୀର୍ଘ ୨୮ ବର୍ଷର ବ୍ୟବଧାନ ପରେ ମିସ୍ ୱାର୍ଲ୍ଡ ଆୟୋଜନ କରିବାକୁ ଯାଉଛି ଭାରତ। ୭୧ତମ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାକୁ ଭାରତ ଆୟୋଜନ କରିବାକୁ ଯାଉଛି। ରାଜଧାନୀ ଦିଲ୍ଲୀ ଏବଂ ମୁମ୍ବାଇରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଶେଷ ଥର ପାଇଁ ୧୯୯୬ରେ ବେଙ୍ଗାଲୁରୁରେ ମିସ୍ ୱାର୍ଲ୍ଡ ଅନୁଷ୍ଠିତ ହୋଇଥିଲା। ମିସ୍ ୱାର୍ଲ୍ଡର ଅଫିସିଆଲ୍ ପେଜ୍ ଢରେ ଏନେଇ ସୂଚନା ଦିଆଯାଇଛି। ମିସ୍ ୱାର୍ଲ୍ଡର ଅଧ୍ୟକ୍ଷା ଜୁଲିଆ ମୋର୍ଲି ସିବିଇ ଏକ ପୋଷ୍ଟରେ କହିଛନ୍ତି, “ଆମେ ଗର୍ବର ସହ ଘୋଷଣା କରୁଛୁ ଯେ, ଏଥର ମିସ୍ ୱାର୍ଲ୍ଡ ଭାରତ ଆୟୋଜିତ କରୁଛି। ଭାରତ ଆୟୋଜକ ହୋଇଥିବାରୁ ଆମେ ବେଶ୍ ଉତ୍ସାହିତ। ସୌନ୍ଦର‌୍ୟ୍ୟ, ବିବିଧତା ଏବଂ ସଶକ୍ତିକରଣର ଏକ ଉତ୍ସବ ଅପେକ୍ଷା କରିଛି। ଏକ ଚମତ୍କାର ଯାତ୍ରା ପାଇଁ ପ୍ରସ୍ତୁତ ହୁଅନ୍ତୁ! ୰ମିସୱାର୍ଲ୍ଡଇଣ୍ଡିଆ ୰ବିଉଟିୱିଥପରପୋଜ୍।” ଫେବୃଆରୀ ୧୮ରୁ ମାର୍ଚ୍ଚ ୯ ପର‌୍ୟ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ। ଏଥିପାଇଁ ଦିଲ୍ଲୀର ଭାରତ ମଣ୍ଡପମ୍ ଏବଂ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରକୁ ଚୟନ କରାଯାଇଛି। ଫେବୃଆରୀ ୨୦ରେ ‘ଉଦଘାଟନୀ ସମାରୋହ’ ଏବଂ ‘ଇଣ୍ଡିଆ ୱେଲକମ୍ ଦ ୱାର୍ଲ୍ଡ ଗାଲା’ ନୂଆଦିଲ୍ଲୀର ହୋଟେଲ ଅଶୋକଠାରେ ଅନୁଷ୍ଠିତ ହେବ। ଇଣ୍ଡିଆ ଟୁରିଜିମ୍ ଡେଭଲପମେଣ୍ଟ କର୍ପୋରେସନ୍ (ଆଇଟିଡିସି) ଏହାକୁ ଆୟୋଜିତ କରିବ। ବିଭିନ୍ନ ପର‌୍ୟ୍ୟାୟ ପରେ ଶେଷରେ ମାର୍ଚ୍ଚ ୯ରେ ୭୧ତମ ମିସ୍ ୱାର୍ଲ୍ଡ ଗ୍ଲୋବାଲ୍ ଫାଇନାଲ୍ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ଅନୁଷ୍ଠିତ ହେବ।

author

Related Articles

Leave a Reply

Your email address will not be published. Required fields are marked *