ଭାରତରେ ଚାଲିବ 3 ହଜାର ନୂଆ ଟ୍ରେନ

ଭାରତରେ ଚାଲିବ 3 ହଜାର ନୂଆ ଟ୍ରେନ

ଭାରତରେ ରେଲୱେ ବ୍ୟବସ୍ଥାର ଚାହିଦା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରେଲୱେ ନେଇଛି କିଛି ଏପରି ନିଷ୍ପତ୍ତି । ଯାତ୍ରୀଙ୍କ ୱେଟିଂ ଲିଷ୍ଟ ବଢୁଥିବା ହେତୁ ରେଲୱେ ଏବେ ଆଉ 3 ହଜାର ନୂଆ ଟ୍ରେନ ଚଳାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଛି । ଆଗାମୀ ୪ରୁ ୫ ବର୍ଷ ମଧ୍ୟରେ ଏହି ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି । ଏବେ ବର୍ଷକୁ ୮୦୦ କୋଟି ଯାତ୍ରୀ ଟ୍ରେନରେ ଯାତ୍ରା କରୁଛନ୍ତି । ଯାହା ଆଗାମୀ ୫ ବର୍ଷ ଭିତରେ ୧ ହଜାର କୋଟି ଛୁଇଁବ ବୋଲି ଆକଳନ କରାଯାଉଛି । ସେହିପରି ଏବେ ୧୦ ହଜାର ୭୪୮ଟି ମେଲ୍, ଏକ୍ସପ୍ରେସ ଏବଂ ଯାତ୍ରୀବାହୀ ଟ୍ରେନ୍ ସାରା ଦେଶରେ ଚାଲୁଛି ।

author

Related Articles

Leave a Reply

Your email address will not be published. Required fields are marked *