ଭାରତରେ ପହଞ୍ଚିଲା ଫ୍ରାନସରେ ଅଟକିଥିବା ବିମାନ

ଭାରତରେ ପହଞ୍ଚିଲା ଫ୍ରାନସରେ ଅଟକିଥିବା ବିମାନ

କିଛିଦିନ ତଳେ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ଫ୍ରାନ୍ସରେ ଅଟକିଥିଲା । ସେଇ ବିମାନଟି ଆଜି ଭାରତରେ ପହଞ୍ଚି । ଆଜି ଭୋର 4ଟା ବେଳେ 276ଜଣ ଯାତ୍ରୀଙ୍କୁ ନେଇ ମୁମ୍ୱାଇ ବିମାନ ବନ୍ଦରରେ ପହଞ୍ଚିଛି ଏହି ବିମାନ । ୪ଦିନ ଧରି ଫ୍ରାନ୍ସରେ ଫସିଥିବା ଏହି ବିମାନ ଶେଷରେ ମୁମ୍ବାଇରେ ଅବତରଣ କରିଛି । ମାନବ ଚାଲାଣ ନେଇ ସନ୍ଦେହ ପରେ ଏହି ବିମାନକୁ ଫ୍ରାନ୍ସରେ ଅଟକାଇ ଦିଆଯାଇଥିଲା । ତେବେ ବିମାନଟି ଭାରତ ଫେରିବା ପରେ ଯାତ୍ରୀ ଆଶ୍ୱସ୍ତ ହୋଇଛନ୍ତି । ଦୁବାଇରୁ ଭାରତୀୟଙ୍କୁ ନେଇ ନିକାରାଗୁଆ ଯାଉଥିବା ବିମାନରେ ମାନବ ଚାଲାଣ ନେଇ ସନ୍ଦେହ ପରେ ଫ୍ରାନ୍ସ ରାଜଧାନୀ ପ୍ୟାରିସ ଠାରୁ ଦେଢ଼ ଶହ କିଲୋମିଟର ଦୂର ଭେଟ୍ରୋ ବିମାନ ବନ୍ଦରରେ ବିମାନକୁ ଅଟକାଇ ଦିଆଯାଇଥିଲା । ଏହାସହ ସମସ୍ତ ଯାତ୍ରୀଙ୍କୁ ପଚରାଉଚରା କରାଯାଇଥିଲା । ଏହାପରେ ସତ୍ୟକଥା ଜଣାପଡିବା ପରେ ଯାତ୍ରୀଙ୍କୁ ନେଇ ଭାରତ ଫେରିଛି ବିମାନ ।

author

Related Articles

Leave a Reply

Your email address will not be published. Required fields are marked *