ଭାରତର ଦୀର୍ଘତମ ସମୁଦ୍ର ସେତୁରେ ପ୍ରଥମ ଦୁର୍ଘଟଣା

ଭାରତର ଦୀର୍ଘତମ ସମୁଦ୍ର ସେତୁରେ ପ୍ରଥମ ଦୁର୍ଘଟଣା

ଜାନୁୟାରୀ 12 ତାରିଖରେ ଲୋକାର୍ପିତ ହୋଇଥିଲା ଅଟଳ ସେତୁ । ଭାରତର ଦୀର୍ଘତମ ସମୁଦ୍ର ସେତୁ ହେଉଛି ଅଟଳ ସେତୁ । ନରେନ୍ଦ୍ର ମୋଦି ଏହାର ଲୋକାର୍ପଣ କରିଥିଲେ । ଉଦଘାଟନର ମାତ୍ର 9 ଦିନ ପରେ ଘଟିଛି ପ୍ରଥମ ଦୁର୍ଘଟଣା । ଏହି ସେତୁ ଉପରେ ଦ୍ରୁତ ଗତିରେ ଯାଉଥିବା ଏକ କାର ଆପେ ଆପେ ଓଲଟିଯିବାର ଭିଡିଓ ଭାଇରାଲ ହେଉଛି ।

ଭିଡିଓରେ ଦେଖିବାକୁ ମିଳୁଛି, ଏକ ନାଲି ରଙ୍ଗର କାର୍‌ ଅଟଳ ସେତୁ ଉପରେ ଯାଉଥିବା ବେଳେ ତାହା ହଠାତ୍‌ ପଲଟିବାରେ ଲାଗୁଛି। କିଛି ଥର ପଲଟିବା ପରେ କାର୍‌ଟି ଆପେ ଆପେ ସେତୁର ବାଡ଼ ନିକଟରେ ଅଟକି ଯାଇଛି। ପଛରେ ଦ୍ରୁତ ଗତିରେ ଆସୁଥିବା କୌଣସି ଗାଡ଼ି ଏହି ଗାଡ଼ି ସହ ଧକ୍କା ହୋଇ ନ ଥିବାରୁ ବଡ଼ ଦୁର୍ଘଟଣା ଟଳି ଯାଇଥିବା ଜଣାଯାଇଛି। ସେହି ସମୟରେ କାରରେ 5 ଜଣ ଥିବା ବେଳେ ସାମାନ୍ୟ ଆହତ ହୋଇଛନ୍ତି । ଏହି ସେତୁର ଲମ୍ୱ 21.8 କିଲୋମିଟର । ଏହାର ନିର୍ମାଣ ପାଇଁ 7 ବର୍ଷ ସମୟ ଲାଗିଥିଲା ।

author

Related Articles

Leave a Reply

Your email address will not be published. Required fields are marked *