ଭାରତର ରହସ୍ୟମୟ ମନ୍ଦିର

 ଭାରତର ରହସ୍ୟମୟ ମନ୍ଦିର

ମଣିଷ ତାର ସାଂସାରିକ ଜୀବନ ରୁ ଟିକିଏ ତ୍ରାହି ପାଇବା ନିମନ୍ତେ ଆଧ୍ୟାତ୍ମିକ ମାର୍ଗ କୁ ଖୋଜିଥାଏ,ଓ କିଛି ଶାନ୍ତି ତଥା ଇଶ୍ୱର ଙ୍କ ଆର୍ଶୀବାଦ ପାଇବା ପାଇଁ ମନ୍ଦିର ଭଳି ପବିତ୍ର ସ୍ଥାନ କୁ ଯାଇଥାଏ । କଣ ଆପଣମାନେ ଜାଣିଛନ୍ତି ଭାରତରେ ଅନେକ ରହସ୍ୟମୟ ମନ୍ଦିର ରହିଛି ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଏପରି ଏକ ରହସ୍ୟମୟ ମନ୍ଦିର ହେଲା ରାଜସ୍ତାନ ର ଦେଶନୋକ ରେ ଥିବା କାରିଣୀ ମାତାଙ୍କ ମନ୍ଦିର । ରହସ୍ୟ ର ଏହି ଦୁନିଆରେ ସବୁଠାରୁ ପ୍ରଥମ ହେଲା କାରିଣୀ ମାତା ଙ୍କ ମନ୍ଦିର ଯାହା  500 ବର୍ଷ ପୁରୁଣା ଅଟେ । ଏଠାକୁ ଦର୍ଶନ କରିବା ପାଇଁ ହଜାର ହଜାର ଲୋକ ବହୁ ଦୂରରୁ ଆସିଥାନ୍ତି । ଯେଉଁଠାରେ ମନ୍ଦିର କୁ ପବିତ୍ର ମନାଯାଏ ଏବଂ ସକାଳେ ସନ୍ଧ୍ୟାରେ ସଫା କରାଯାଏ କିନ୍ତୁ ଏହି ମନ୍ଦିର କଥା କିଛି ଅଲଗା ଅଟେ । ଆଜ୍ଞା ହଁ ଠିକ୍ ଶୁଣିଛନ୍ତି

ଏହି ମନ୍ଦିରରେ ପ୍ରାୟ 25000 କଳା ମୂଷା ଅଛନ୍ତି ପୁଣି ଏମାନଙ୍କୁ ପବିତ୍ର ବୋଲି ମନାଯାଏ । କୁହାଯାଏ କି ଏହି ମୂଷାମାନେ କାରୀଣୀ ମାତାଙ୍କ ପରିବାର ଲୋକ ଅଟନ୍ତି ଏଥିପାଇଁ ଏଠାକାର ପୂଜାରୀ ଓ ଭକ୍ତମାନେ ମଧ୍ୟ ସେମାନଙ୍କୁ ତାଙ୍କ ପରିବାର ମାନିଥାନ୍ତି । ଏହି ମୂଷାମାନେ ମନ୍ଦିରର ଗର୍ଭ ଗୃହଠୁ ଆରମ୍ଭ କରି ରୋଷେଇଶାଳା ପର୍ଯ୍ୟନ୍ତ ଚଲାବୁଲା କରନ୍ତି । ସାଧାରଣତଃ ମୂଷା ଯଦି କୌଣସି ଖାଦ୍ୟ କୁ ଖାଇଦିଏ ତେବେ ବେମାର ହେବା ଭୟରେ ତାକୁ ଆମେ ଫିଙ୍ଗିଦେଇଥାଉ କିନ୍ତୁ ଏହି ମନ୍ଦିରରେ ମୂଷା ଖାଇଥିବା ଖାଦ୍ୟ କୁ ପ୍ରସାଦ ମନାଯାଏ । ଆଉ ଏକ ଆଶ୍ଚର୍ଯ୍ୟ କଥା ହେଉଛି ଏହାକୁ ଖାଇ ଆଜି ପର୍ଯ୍ୟନ୍ତ କାହାର ବି କୌଣସି କ୍ଷତି ହୋଇନାହିଁ ।ଏବଂ ଭକ୍ତମାନେ ଗୋଟିଏ ଥାଳିରେ ମୂଷା ମାନଙ୍କ ସହ ଖାଇଥାନ୍ତି । ଏହି ମନ୍ଦିରର ନିୟମ ଅନୁଯାୟୀ ଏଇଠି ପାଦ ଉଠାଇ ଚାଲିବା ବଦଳରେ ପାଦ କୁ ତଳେ ଘୋଷାରି ଚାଲିଥାନ୍ତି ଯାହାଦ୍ୱାରା କୌଣସି ମୂଷା ପାଦ ତଳେ ଚାପି ହେବ ନାହିଁ ଏହାକୁ ଅଶୁଭ ମନାଯାଏ ଆଉ ଯଦି ଏହା ପାଦ ଉପରେ ଚାଲିଯାଏ ତେବେ ଏହାକୁ ମାତା ଙ୍କ ଆର୍ଶୀବାଦ ମାନିଥାନ୍ତି । ଏଠାରେ 25000 କଳା ମୂଷାଙ୍କ ସହ କିଛି ଧଳା ମୂଷା ଅଛନ୍ତି କୁହାଯାଏ ଯେ ଏମାନେ କାରିଣୀ ମାତା ଙ୍କ ପୁଅ ଅଟନ୍ତି ଆଉ ଯଦି ୟାଙ୍କ ଦର୍ଶନ ମିଳିଯାଏ ତେବେ ବଡ ସୌଭାଗ୍ୟ ଅଟେ । କଣ ଆପଣ ଏହି ସ୍ଥାନକୁ ଦର୍ଶନ ପାଇଁ ଯିବେ ?

author

Related Articles

Leave a Reply

Your email address will not be published. Required fields are marked *