ଭାରତୀୟ କ୍ରିକେଟ ଟିମର ମ୍ୟାନେଜର ପଦରେ ଓଡିଆ ପୁଅ

ଭାରତୀୟ କ୍ରିକେଟ ଟିମର ମ୍ୟାନେଜର ପଦରେ ଓଡିଆ ପୁଅ

ଭାରତୀୟ କ୍ରିକେଟ ଟିମରେ ଓଡିଆ ପୁଅଙ୍କୁ ବଡ ଦାୟିତ୍ୱ । ଭାରତୀୟ କ୍ରିକେଟ ଟିମର ମ୍ୟାନେଜର ପଦ ପାଇଁ ଜଣେ ଓଡିଆ ମନୋନୀତ ହୋଇଛନ୍ତି । ସେହି ଓଡିଆ ଜଣଙ୍କ ହେଉଛନ୍ତି ମାଲକାନାଗିରିର ପୁଅ ସତବୀର ସିଂ ରିୟର । ଆସନ୍ତା ସାଉଥ ଆଫ୍ରିକା ଟେଷ୍ଟ ସିରିଜ୍ ପାଇଁ ସତବୀରଙ୍କୁ ମନୋନୀତ କରାଯାଇଛି । ସତବୀର ପେଶାରେ ଜଣେ ଫାର୍ମାସି ଅଫିସର । ରାତିରେ ଡ୍ୟୁଟି କରି ଦିନରେ କ୍ରିକେଟ୍ ପାଇଁ ସମୟ ଦିଅନ୍ତି ସତବୀର । ପୂର୍ବରୁ ଅନେକ ଟିମ୍ ପାଇଁ ମ୍ୟାନେଜର ଭାବେ ଦାୟିତ୍ୱ ତୁଲାଇଛନ୍ତି ସତବୀର । ପୂର୍ବରୁ ସେ ରଣଜୀ ଟ୍ରଫିର ମ୍ୟାନେଜର ପଦ ସମ୍ଭାଳିଛନ୍ତି । ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛି ଓଡିଶା କ୍ରିକେଟ୍ ଆସୋସିଏସନ୍ । ସତବୀରଙ୍କୁ ନେଇ ଓଡିଶା ଗର୍ବିତ ।

author

Related Articles

Leave a Reply

Your email address will not be published. Required fields are marked *