ଭାରତୀୟ ସେନାକୁ ମିଳିଲା ବଡ ସଫଳତା

ଭାରତୀୟ ସେନାକୁ ମିଳିଲା ବଡ ସଫଳତା

ନିପାତ ହେଲେ ୬ ଆତଙ୍କବାଦୀ । ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ ସଫଳତା । ଜମ୍ମୁ କାଶ୍ମୀରର କୁଲଗ୍ରାମରେ ଚାଲିଥିବା ସର୍ଚ୍ଚ ଅପରେସନରେ ଖୋଜି ଖୋଜି ୬ ଆତଙ୍କବାଦୀଙ୍କୁ ନିପାତ କରିଛି ଭାରତୀୟ ସେନା । ଏହି ଏନକାଉଣ୍ଟରରେ ୨ ଜଣ ଯବାନ ସହିଦ ହୋଇଥିବା ବେଳେ ୬ ଜଣ ଆତଙ୍କବାଦୀଙ୍କୁ ସେନା ନିପାତ କରିଛି । ତେବେ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ଗତକାଲି ଖବର ମିଳିଥିଲା । ଏହା ପରେ ପୋଲିସ ସେନା ଓ ସିଆରପିଏଫ୍ ଯବାନ ମିଳିତ ଭାବେ ସର୍ଚ୍ଚ ଅପରେସନ୍ ଆକମ୍ଭ କରିଥିଲେ । କୁଲଗ୍ରାମ ଓ ଚିନିଗମ୍ ୨ଟି ସ୍ଥାନରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା ଭାରତୀୟ ସେନା । ଏଥିରେ ଗଠନ ହୋଇଥିବା ଟିମ୍ ପ୍ରତିଟି ସ୍ଥାନକୁ ଯାଞ୍ଚ କରୁଥିବା ବେଳେ ଡ୍ରୋନ୍ ଏବଂ ଅନ୍ୟ ଅତ୍ୟାଧୁନିକ ମେସିନ୍ ସାହାଯ୍ୟରେ ବି ଆତଙ୍କବାଦୀଙ୍କ ଉପରେ ନଜର ରଖାଯାଇଥିଲା । ଆତଙ୍କବାଦୀ ଲୁଚିଥିବା ଦୁଇଟି ଘରକୁ ସିଲ କରିଦିଆଯାଇଥିଲା । ଏହା ପରେ ସୁରକ୍ଷା ବାହୀନି ଉପରେ ଗୁଳିମାଡ କରିଥିଲେ ଆତଙ୍କବାଦୀ । ଯେଉଁଥିରେ ଦୁଇ ଜଣ ଯବାନ ସହିଦ ହୋଇଥିଲେ। ତେବେ ଏହି ଏନକାଉଣ୍ଟର ପରେ କୁଲଗ୍ରାମରୁ ୨ଜଣ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ଚିନିଗମରେ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *