ଭାରତୀୟ ସେନାର ସାମିଲ ହେଲା “ପ୍ରଚଣ୍ଡ” ହେଲିକପ୍ଟର

ଭାରତୀୟ ସେନାର ସାମିଲ ହେଲା  “ପ୍ରଚଣ୍ଡ” ହେଲିକପ୍ଟର

ଭାରତର ଦୁଇପାଶ୍ୱରେ ଅନ୍ତରାଷ୍ଟ୍ରୀୟ ସୀମା ରହିଛି । ଏହି ସୀମାର ସୁରକ୍ଷା କରିବା ପାଇଁ ଏଠାରେ ଦିନ ରାତି ଜବାନମାନେ କାମ କରୁଛନ୍ତି । ସେନାର ସୁରକ୍ଷା ପାଇଁ ଭାରତ ସରକାର ସବୁ ପ୍ରକାର ଚେଷ୍ଠା କରିବା ସହିତ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସେନା କର୍ମଚାରୀଙ୍କୁ ସବୁ ଜିନିଷ ସୁବିଧାରେ ଉପଲବ୍ଧ ହେଉ ସେଥିପାଇଁ ଭାରତ ସରକାର ଅନେକ ଚେଷ୍ଠା କରୁଛନ୍ତି । ଭାରତୀୟ ସେନାରେ କୌଣସି ଜିନିଷର ଅଭାବ ନ ହେଉ ତାହା ଉପରେ ମଧ୍ୟ ସରକାର ନଜର ରଖିଛନ୍ତି । ସମୟ ସମୟରେ କିଛି ନୂଆ ଉପକରଣ ମଧ୍ୟ ଭାରତୀୟ ସେନାରେ ସାମିଲ ହୋଇଥାଏ ।

ତେବେ ବାୟୁସେନାର ଆବେଦନକୁ ଖୁବ ଶିଘ୍ର ମଞ୍ଜୁରୀ ମିଳିପାରେ । ଯାହା ଦ୍ୱାରା ଭାରତୀୟ ବାୟୁ ସେନାକୁ ଲାଭ ମିଳିବ । ତେବେ ସମସ୍ତ ୧୫୬ ହେଲିକପ୍ଟର ସ୍ୱଦେଶୀ । ପ୍ରଚଣ୍ଡ ହେଲିକପ୍ଟକୁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ ନିର୍ମାଣ କରିଛନ୍ତି । ଏହି ହେଲିିକପ୍ଟର କାଉଣ୍ଟର, ରେସ୍କ୍ୟୁ, ଡିଷ୍ଟ୍ରକସନ ପରି କାମ କରିପାରେ । ଏହି ହେଲିପ୍ଟର ବଙ୍କର ବ୍ଲାଷ୍ଟିଙ୍ଗ କାମରେ ସହାୟତା କରିବ । ଏହିରେ ୭୦୦ କିଲୋଗ୍ରମର ହତିଆର ଫିଟ କରାଯାଇ ପାରିବ । ଏହାର ବେଗ ଘଣ୍ଟା ପ୍ରତି ୨୬୮ କିଲୋମିଟର ରହିଛି । ପ୍ରଚଣ୍ଡ ହେଲିକପ୍ଟର ବାୟୁ ସେନାକୁ ୬୬ ଟି ମିଳିପାରେ ଏବଂ ସ୍ଥଳ ସେନାକୁ ୯୦ ପ୍ରଚଣ୍ଡ ହେଲିକପ୍ଟର ମିଳିପାରେ ।

Jodhpur: Indigenously built Light Combat Helicopter (LCH) “Prachand” during its induction ceremony, in Jodhpur, Monday, Oct. 3, 2022. (PTI Photo/Atul Yadav) (PTI10_03_2022_000143A)

ଏବେ ମୋଟ ସ୍ଥଳ ଏବଂ ବାୟୁସେନା ପାଖରେ ୧୫ଟି ହେଲିକପ୍ଟର ରହିଛି । ୧୦ ଟି ହେଲିକପ୍ଟର ସ୍ଥଳ ସେନା ପାଖରେ ଥିବା ବେଳେ ବାୟୁ ସେନା ପାଖରେ ୫ ଟି ହେଲିକପ୍ଟର ରହିଛି । ଭାରତୀୟ ସେନା ତାହାର ଏହି ହେଲିକପ୍ଟର ଗୁଡିକ, ଅନ୍ତରାଷ୍ଟ୍ରିୟ ସୀମା ଚୀନ ଏବଂ ପାକିସ୍ତାନ ସୀମାରେ ନିୟୋଜିତ କରାଯିବ । ସୂଚନା ଅନୁସାରେ ଭାରତୀୟ ସେନା ଏହି ହେଲିକପ୍ଟର ସହିତ ଯୁଦ୍ଧାଭ୍ୟାସ ମଧ୍ୟ କରିସାରିଛି । ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି ହେଲିକପ୍ଟର ପ୍ରଥମେ ପାକିସ୍ତାନ ସୀମାରେ ନିଯୁକ୍ତ ହେବ ଯାହା ଦ୍ୱାରା ଭାରତୀୟ ସେନାର ଶକ୍ତି ବୃଦ୍ଧି ପାଇବ । ଏହି ହେଲିକପ୍ଟର ଗୁଡିକ ପାହାଡ ଅଞ୍ଚଳରେ ଅଧିକ ମୁତୟନ ହେବ । ଏହି ହେଲିକପ୍ଟରେ ଦୁଇ ଜଣ ଲୋକ ବସି ପାରିବେ । ସମ୍ପୂର୍ଣ୍ଣ ସାମାନ ସହିତ ଏହାର ଓଜନ ୫,୮୦୦୦ କିଲୋଗ୍ରାମ । ଏହା ୩ ଘଣ୍ଟା ୧୦ ମିନିଟ ପର‌୍ୟ୍ୟନ୍ତ ଉଡିବାର କ୍ଷମତା ରଖିଛି । ଏହା ୧୬,୪୦୦ ଫୁଟ ଉଚ୍ଚତା ପର‌୍ୟ୍ୟନ୍ତ ଉଡି ପାରିବ ।

author

Related Articles

Leave a Reply

Your email address will not be published. Required fields are marked *