ପୁଣି ନରମିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତ ଉପରେ ଟାରିଫ ହ୍ରାସ କରିଛନ୍ତି ଆମେରିକା ରାଷ୍ଟ୍ରପତି । 25 ପ୍ରତିଶତରୁ 18 ପ୍ରତିଶତକୁ ଶୁଳ୍କ କମାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥାବାର୍ତ୍ତା ପରେ ସୋସିଆଲ ମିଡିଆରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏହି ସୂଚନା ଦେଇଛନ୍ତି । ଋଷଠୁ ତେଲ ନକିଣିବାକୁ ଭାରତ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ଟ୍ରମ୍ପ। ମୋଦୀ ମୋର ଅତି ବଡ଼ ବନ୍ଧୁ ଏବଂ ଆମେରିକାର ଜଣେ ଶକ୍ତିଶାଳୀ ଓ ସମ୍ମାନିତ ନେତା ବୋଲି କହିଛନ୍ତି ଟ୍ରମ୍ପ । ସେ ରୁଷୀୟ ତୈଳ କ୍ରୟ ବନ୍ଦ କରିବାକୁ ରାଜି ହୋଇଛନ୍ତି। ଆମେରିକା ଏବଂ ଭେନେଜୁଏଲାରୁ ଅଧିକ ପରିମାଣରେ କିଣିବାକୁ ମୋଦୀ ନିଷ୍ପତ୍ତି ନେଇଥିବା ଟ୍ରମ୍ପ କହିଛନ୍ତି ।
