ଭାରତ ପାଇଁ ନିଜ ଦେଶରେ ହଟହଟା ଟ୍ରମ୍ପ !

ଭାରତ ପାଇଁ ନିଜ ଦେଶରେ ହଟହଟା ଟ୍ରମ୍ପ !

ଭାରତ ଠାରୁ ପ୍ରତିଶୋଧ ନେବା ଡୋନାଲ୍ଡ ଟ୍ରମ୍ପଙ୍କୁ ପଡିଲାଣି ଭାରି । ନିଜ ଦେଶରେ ବାରମ୍ବାର ବିରୋଧର ସାମ୍ନା କରୁଛନ୍ତି ଟ୍ରମ୍ପ । ପ୍ରଥମେ ଆମେରିକା ଫେଡେରାଲ ଅପିଲ କୋର୍ଟ ଆଉ ଏବେ ୧୯ ସାଂସଦଙ୍କର ବିରୋଧର ସମ୍ମୁଖୀନ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ତେବେ ଗୋଟିଏ ପଟେ ଭାରତକୁ ତଥା ଭାରତର ପ୍ରଧାନମନ୍ତ୍ରୀଙ୍କୁ ନିଜର ଭଲ ବନ୍ଧୁ କହି ଅନ୍ୟପଟେ ଭାରତ ଉପରେ ଟାରିଫ ଲଦି ଚାଲିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କିନ୍ତୁ ଏହି ଦୋ ମୁହାଁ ନୀତି ଟ୍ରମ୍ପକୁ ନିଜ ଦେଶରେ ହଟହଟା କରୁଛି । ତେବେ ପ୍ରଧାନମନ୍ତ୍ରୀଙ୍କ ଏକ ବୟାନ ପାଇଁ ଭାରତ ଉପରେ ରାଗିଯାଇ ଅଚାନକ ଭାରତ ଉପରେ ୫୦ ପ୍ରତିଶତର ଟାରିଫ୍ ଘୋଷଣା କରିଥିଲେ ଆମେରିକା ରାଷ୍ଟ୍ରପତି । ପାକିସ୍ତାନ ସହ ଅସ୍ତ୍ରବିରତି ପାଇଁ ଆମେରିକା ପ୍ରସ୍ତାବରେ ଭାରତ ରାଜି ନହେବାରୁ ଭାରତୀୟ ଆମଦାନୀ ଉପରେ ୨୫ ପ୍ରତିଶତ ଶୁଳ୍କ ଏବଂ ଋଷରୁ ତେଲ କିଣିବା କାରଣରୁ ଆଉ ୨୫ ପ୍ରତିଶତ ଶୁଳ୍କ ଲଦିଥିଲେ ଟ୍ରମ୍ପ । କିନ୍ତୁ ଭାରତ ଉପରେ ଟ୍ରମ୍ପ ୫୦ ପ୍ରତିଶତ ଟାରିଫ ଲଗାଇବା କାରଣରୁ ଆମେରିକାର ଫେଡେରାଲ ଅପିଲ୍ କୋର୍ଟ ଟ୍ରମ୍ପଙ୍କ ଏହି ଟାରିଫକୁ ବେଆଇନ ଘୋଷଣା କରିଥିଲେ । ଏବଂ ଏପରି ବେଆଇନ ଟାରିଫ ଘୋଷଣା କରିବା ପ।।ଇଁ ଟ୍ରମ୍ପଙ୍କ ପାଖରେ କୌଣସି କ୍ଷମତା ନଥିବା ଆମେରିକା କୋର୍ଟ ସ୍ପଷ୍ଟ କରିଥିଲେ । କିନ୍ତୁ ଏହା ପରେ ବି କୋର୍ଟଙ୍କ ନିଷ୍ପତିକୁ ମାନିନଥିଲେ ଟ୍ରମ୍ପ । ଆଉ ଏବେ ଆମେରିକାର ରାଜନୈତିକ ଦଳ ଟ୍ରମ୍ପଙ୍କ ଭାରତ ଉପରେ ଟାରିଫ ଲଦିବାକୁ ବିରୋଧ କରିଛନ୍ତି । ୧୯ କଂଗ୍ରେସ ସାଂସଦ ଟ୍ରମ୍ପଙ୍କ ଟାରିଫକୁ ବିରୋଧ କରିବା ସହ ଭାରତ ସହ ସମ୍ପର୍କ ସୁଧାରିବାକୁ ପରାମର୍ଶ ଦେଇଥିବା ଜଣାପଡିଛି । ୧୯ ଜଣ ଆମେରିକୀୟ କଂଗ୍ରେସ୍ ସାଂସଦ ଦ୍ୱାରା ରାଷ୍ଟ୍ରପତି ଡନାଲ୍ଡ୍ ଟ୍ରମ୍ପଙ୍କୁ ଚିଠି ଲେଖାହୋଇଛି। ଭାରତ ଉପରେ ଲଗାଯାଇଥିବା ୨୫ ପ୍ରତିଶତ ପ୍ରତିକ୍ରିୟାମୂଳକ ଟାରିଫ୍ ଓ ରୁଷ ତୈଳ କ୍ରୟ ଯୋଗୁଁ ଆଉ ୨୫ ପ୍ରତିଶତ ଦଣ୍ଡମୂଲକ ଟ୍ୟାରିଫ୍ କାରଣରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଗଡ଼ିଛି। ଏହା ଭାରତୀୟ ଉତ୍ପାଦକଙ୍କୁ କ୍ଷତି ପହଞ୍ଚାଇଛି । ଆମେରିକୀୟ ଉପଭୋକ୍ତାଙ୍କ ମୂଲ୍ୟ ବୃଦ୍ଧି ଓ ସରବରାହ ଶୃଙ୍ଖଳା ଭାଙ୍ଗୁଛି । ତେଣୁ ଟ୍ରମ୍ପଙ୍କୁ ଏହି ଅନ୍ୟାୟଯୁକ୍ତ ଟାରିଫ୍ ଉଚ୍ଛେଦ କରି ସମ୍ପର୍କ ସୁଧାରିବା ପାଇଁ ଆହ୍ୱାନ ଦେଇଛନ୍ତି ୧୯ ଜଣ ଆମେରିକୀୟ କଂଗ୍ରେସ୍ ସାଂସଦ ।

author

Related Articles

Leave a Reply

Your email address will not be published. Required fields are marked *