ଭାରତ ସହ କିଏ ଖେଳିବ ଫାଇନାଲ୍ ?

ଭାରତ ସହ କିଏ ଖେଳିବ ଫାଇନାଲ୍ ?

ରବିବାର ଭାରତ ସହ କିଏ ଖେଳିବ ଫାଇନାଲ୍ । ଅଷ୍ଟ୍ରେଲିଆ ନା ଦକ୍ଷିଣ ଆଫ୍ରିକା । କୋଲକାତାରେ ଇଡେନ୍ ଗାର୍ଡେନରେ ଚାଲିଥିବା ଦ୍ୱିତୀୟ ସେମିଫାଇନାଲରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଦକ୍ଷିଣ ଆଫ୍ରିକା । ମିଚେଲ୍ ଷ୍ଟାର୍କ ଓ ଜୋଶ୍ ହେଜଲଉଡ୍ଙ୍କ ଘାତକ ବୋଲିଂରେ ଘାଇଲା ହୋଇଛନ୍ତି ଦକ୍ଷିଣ ଆଫ୍ରିକାର ଟପ୍ ଅର୍ଡର । ୧୪ ଓଭରରେ ଦଳ ୪ ୱିକେଟ୍ ହରାଇ ୪୪ ରନ୍ କରିଥିବା ବେଳେ ବର୍ଷା ହୋଇଥିଲା । ତେବେ ଅଧ ଘଂଟା ପରେ ପୁଣି ମ୍ୟାଚ୍ ଆରମ୍ଭ ହୋଇଛି । ଚଳିତ ବିଶ୍ୱକପ୍ରେ ଚମକ୍ରାର ପ୍ରଦର୍ଶନ କରୁଥିବା କ୍ୱିଂଟନ୍ ଡି’କକ ମାତ୍ର ୩ ରନ୍ କରି ପ୍ୟାଭିଲିୟନ୍ ଫେରିଛନ୍ତି । ସେହିପରି ଅଧିନାୟକ ତେମ୍ବା ବାଭୁମା ଖାତା ଖୋଲିପାରିନାହାନ୍ତି । ରାସି ଭାନ୍ ଡର୍ ଡୁସେନ୍ ଓ ଏଡେନ୍ ମାର୍କ୍ରମ ମଧ୍ୟ ନିରାଶ କରିଛନ୍ତି । ବର୍ଷା ଯୋଗୁଁ ମ୍ୟାଚ୍ କିଛି ସମୟ ବନ୍ଦ ହୋଇଥିଲା । ତେବେ ଆଗକୁ ଯଦି ବଡ଼ ଧରଣର ବର୍ଷା ହୁଏ, ତାହେଲେ ଆସନ୍ତାକାଲି ବା ରିଜର୍ଭ ଡେ’ରେ ମ୍ୟାଚ୍ ଯେଉଁଠୁ ବନ୍ଦ ରହିଛି ସେହିଠାରୁ ଆରମ୍ଭ ହେବ । ଯଦି ଆସନ୍ତାକାଲି ମଧ୍ୟ ବର୍ଷା ପୂରା ମ୍ୟାଚକୁ ଧୋଇ ଦିଏ, ତାହେଲେ ପଏଂଟ ଟେବୁଲ ଆଧାରରେ ଫାଇନାଲରେ ପହଂଚିବ ଦକ୍ଷିଣ ଆଫ୍ରିକା ।

author

Related Articles

Leave a Reply

Your email address will not be published. Required fields are marked *