ଭିକ ମାଗି କୋଟିପତି ମହିଳା

ଭିକ ମାଗି କୋଟିପତି ମହିଳା

ଭିକ ମାଗି କୋଟିପତି ହେଲେ ମହିଳା । ମଧ୍ୟପ୍ରଦେଶ ଇନ୍ଦୋରରେ ଜଣେ ମହିଳା ଭିକ ମାଗି କୋଟିପତି ପାଲଟିଛନ୍ତି । ଅଭିଯୋଗରେ ମହିଳା ଜଣକୁ ପୁଲିସ ଗିରଫ କରିଛି। ପୁଲିସକୁ ମହିଳା ଜଣକ ଦେଇଥିବା ବୟାନ ଅନୁଯାୟୀ ୬ ସପ୍ତାହରେ ମହିଳାଜଣକ ଅଢ଼େଇ ଲକ୍ଷ ଟଙ୍କା ରୋଜଗାର କରିଛି। ମାସିକ ରୋଜଗାର ପ୍ରାୟ ଲକ୍ଷେ ୬୦ ହଜାର ଟଙ୍କା। ମହିଳା ଜଣକ ନାମ ହେଉଛି ଇନ୍ଦ୍ରା ବାଇ। ଇନ୍ଦ୍ରାଙ୍କର ୫ଟି ପିଲା ଅଛନ୍ତି। ଇନ୍ଦ୍ରା ପିଲାମାନଙ୍କୁ ଇନ୍ଦୋରରେ ଭିକ ମଗାଇବା କାର୍ୟ୍ୟରେ ନିୟୋଜିତ କରିଛି। ପିଲାମାନଙ୍କୁ ଭିକ ମଗାଇ ସେ ଦୁଇ ମହଲା ଘର ବି ତିଆରି କରିଛି। ଜମି ବି କିଣିଛି। ସୂଚନା ମୁତାବକ, ଇନ୍ଦ୍ରାକୁ ଗିରଫ କରାଯାଇ ଜେଲ ପଠାଯାଇଛି।

author

Related Articles

Leave a Reply

Your email address will not be published. Required fields are marked *