ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଚନ୍ଦ୍ରପୁରୁ ବ୍ଲକ ତହସିଲଦାର

ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଚନ୍ଦ୍ରପୁରୁ ବ୍ଲକ ତହସିଲଦାର

ଅଡୁଆରେ ପଡିଗଲେ ଦବଙ୍ଗଗିରି ଦେଖାଉଥିବା ଥାନାବାବୁ । ଦିନେ ମୁଖ୍ୟମନ୍ତ୍ରୀଙ୍କୁ ତାଗିଦ କରୁଥିଲେ ଆଉ ଆଜି ତାର ଶାସ୍ତି ମିଳିଗଲା । କେନ୍ଦୁଝର ବିଧାୟକ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ତାଗିଦ କରିଥିବା ଥାନାବାବୁ ଗୁମୁରି ଗୁମୁରି କାନ୍ଦୁଛି ।  ସେମିତି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଯେମିତି ଅସମ୍ନାନ କରିଥିଲେ ତାର ପରିଣାମ ଭୋଗିବାକୁ ପଡିଛି । ଏମିତି ଫଳ ମିଳିଛି ଯେ ସେହି ଥାନାବାବୁ ଯେମିତି ଆଉ କାହାକୁ ଏପରି ବ୍ୟବହାର କରିବା ପାଇଁ ଚେଷ୍ଟା କରିବେନି । ଥାନା ଆଇଆଇସିସିଙ୍କ ପାଖରେ ପହଞ୍ଚିଛି ଏପରି କିଛି ଚିଠି । ଯାହାକୁ ପାଇବା ପରେ କୁହାଯାଉଛି କି ଥାନାବାବୁଙ୍କୁ ତାଙ୍କ କର୍ମର ଉଚିତ ଫଳ ମିଳିଛି । ତେବେ ଦେଖିନିଅନ୍ତୁ ମୁଖ୍ୟମନ୍ତ୍ରୀ ଓ ଥାନାବାବୁଙ୍କ ମଧ୍ୟରେ କେମିତି ଚାଲିଥିଲା ବାର୍ତ୍ତାଳପ । ଥାନାବାବୁ ଜଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଉଚ୍ଚସ୍ୱରରେ କେମିତି ତାଗିଦ କରୁଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କୁ ବିନମ୍ରର ସହିତ ନିବେଦନ କରୁଛନ୍ତି ହେଲେ ଥାନାବାବୁ ମୁଖ୍ୟମନ୍ତ୍ରୀଙ୍କୁ ତାଗିଦ କରିଚାଲିଛନ୍ତି । ତେବେ ମୋହନମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ଚର୍ଚ୍ଚା ହେଉଥିଲା ଥାନା ବାବୁ ଯିବେ କୁଆଡେ । ତାଙ୍କୁ କଣ ଶାସ୍ତି ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏବେ ସେହି ଥାନା ଆଇଆଇସିସିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଥାନାବାବୁ ତ୍ରିନାଥ ସେଠୀଙ୍କର ଗଜପତିକୁ ବଦଳି କରାଯାଇଛି ।  କଟକ ପୋଲିସ ମୁଖ୍ୟାଳୟରୁ ଏଭଳି କିଛି ବଦଳି ନିର୍ଦ୍ଦେଶ ଦିଆଯାଇଛି । ତେବେ ମୁଖ୍ୟମନ୍ତ୍ରୀ ତ୍ରିନାଥଙ୍କୁ କ୍ଷମା କରିଦେବା କଥା କହିଥିବା ବେଳେ ପୋଲିସ ବାବୁଙ୍କ ବଦଳି ନିଦ୍ଦେଶ ଦଣ୍ଡ ନା ଏକ ନିୟମିତ ପ୍ରକ୍ରିୟା ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *