ଭିନ୍ନକ୍ଷମ ହେଲେ ବି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ସଫଳ ଚାଷି ବିଭୁତି

ଭିନ୍ନକ୍ଷମ ହେଲେ ବି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ସଫଳ ଚାଷି ବିଭୁତି

କାମାକ୍ଷାନଗର || ଢେଙ୍କାନାଳ

ଢେଙ୍କାନାଳ କାମାକ୍ଷାନଗର ଉପଖଣ୍ଡର ପରଜଙ୍ଗ ବ୍ଳକ୍ ଅନ୍ତର୍ଗତ ପାଟରପଦା ପଞ୍ଚାୟତ କଟା ବାହାଳ ଗ୍ରାମର ଗୋଟିଏ ହାତ ଚାଲୁନଥିବା ଭିନ୍ନକ୍ଷମ ଯୁବକ ବିଭୁତିପ୍ରଧାନ ନିଜର ୧୫ ଏକର ପଡିଆ ଭୂଇଁରେ ବିଭିନ୍ନ ଚାଷ କରିବାଇଗଣ, ଟମାଟୋ, କାକୁଡି, ଭେଣ୍ଡିତରଭୁଜ, କାଶ୍ମିର ଲଙ୍କାକୁ (କ୍ୟାସି କମ୍) ପ୍ରଭୃତି ପରିବା ସହ ବିଦେଶୀ (ଷ୍ଟ୍ରେବେରୀ)କୋଳି ଉତ୍ପାଦନ କରିପାରିଛନ୍ତି । ଖବର ନେବାରୁ ଜଣାଯାଇଛି ଯେ ବିଭୁତିଚାକିରୀ ଅନ୍ବେଷଣରେ ବାଙ୍ଗାଲୋର ଯାଇଥିବା ବେଳେ କିଛିଦିନ ବୁଲିବା ପରେ ସେ ଅଞ୍ଚଳରେ କୃଷି କ୍ଷେତ୍ର ବୁଲି ଏବଂ କୃଷି ସଂପର୍କରେ ଜ୍ଞାନ ଆହୋରଣ କରି ନିଜ ମାଟିକୁ ଫେରିଆସି ତାଙ୍କର ଦୃଢ ଇଚ୍ଛାଶକ୍ତି, ପରିଶ୍ରମ ଓ ମନୋବଳ ଦ୍ୱାରା ବାପା ଜେଜେବାପା ଅମଳରୁ ପଡ଼ିଥିବା ପ୍ରାୟ ୧୫ ଏକର ଯାଗାରେ ଚାଷ କରି ଓସୋଲାର ସିଷ୍ଟମ ସ୍ପିଙ୍କଲର ପାଇପ୍ ଦ୍ୱାରା ପ୍ରତ୍ୟେକ ଗଛ ମୂଳକୁ ପାଣି ଯୋଗାଉଥିବା ଯାହାକି କେବଳ ସୁଇଚ୍ ଚିପିଲେ ସବୁ ଗଛ ମୂଳରେ ପାଣି ପଡ଼ୁଥିବା ଦେଖିବାକୁ ମିଳୁଛି ।

ଏବଂ ସବୁ ଗଛରେ ରାସାୟନିକ ସାର ପ୍ରୟୋଗ ନକରି ଜୈବିକ ସାରରେ ଚାଷ କରୁଥିବା ଦେଖିବାକୁ ମିଳିଛି । ଯାହାକି ସେ ନିଜେ ରୋଜଗାରକ୍ଷମ ହୋଇ ପରିବାର ପୋଷିବା ସହ ୧୨ଟି ପରିବାରକୁ ରୋଜଗାରକ୍ଷମ ହେବାର ବାଟ ଦେଖାଇଛନ୍ତି । ଆଜିକାଲି ଚାକିରୀ ପଛରେ ଗୋଡାଉ ଥିବା ଯୁବକମାନଙ୍କ ପାଇଁ ଭିନ୍ନକ୍ଷମ ବ୍ୟକ୍ତି ବିଭୁତି ଉଦାହରଣ ସାଜିଛନ୍ତି । ସରକାର ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ଓ ଉନ୍ନତମାନର କୃଷି ଯନ୍ତ୍ରପାତି ଯୋଗାଇଦେଲେ ସେ ଆଗକୁ ଆହୁରି ବଢିପାରିବେ ବୋଲି ସେ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି ।କଟାବାହାଳିର ସହଯୋଗ କରୁଥିବା ଚାଷି ଦୟାନିଧି ପ୍ରଧାନ-ଦୈନିକ ରାତି ପାହିଲେ ୧୦ ରୁ ୧୫ ଜଣ ପରିବା ବେପାରି କିଣି ସୁସ୍ୱାଦୁ ପନିପରିବା ଯୋଗାଉଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *