ଭୀଷଣ ବାତ୍ୟାର ରୂପ ନେଲା ରେମାଲ..

ଭୀଷଣ ବାତ୍ୟାର ରୂପ ନେଲା ରେମାଲ..

ରାଜ୍ୟରେ ଭୀଷଣ ଗ୍ରୀଷ୍ଣ୍ମ ପ୍ରବାହ ଜାରିରହିଥିବା ବେଳେ ମାଡିଆସୁଛି ଭୟଙ୍କର ବାତ୍ୟା । ଭୀଷଣ ବାତ୍ୟାରେ ପରିଣତ ହେଲା ରେମାଲ । ଆଜି ମଧ୍ୟରାତ୍ରିରେ ପଶ୍ତିମବଙ୍ଗ ବାଂଲା ଉପକୂଳରେ ଛୁଇଁବ ସ୍ଥଳଭାଗ । ପଶ୍ଚିମବଙ୍ଗ ଉପକୂଳ ପାଇଁ ରେଡ ୱାର୍ଣ୍ଣିଂ ଜାରି । ଉତ୍ତର-ପଶ୍ଚିମ ଓ ସଂଲଗ୍ନ ଉତର-ପୂର୍ବ ବଙ୍ଗୋପସାରରେ ବାତ୍ୟା ଅଧିକ ଘନୀଭୂତ ହେବା ସହ ୬ ଘଣ୍ଟା ଧରି ୬ କିଲୋମିଟର ବେଗରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ଗତି କରୁଛି । ବର୍ତମାନ ଏହାର ପଶ୍ଚିମବଙ୍ଗ ସାଗରଦ୍ୱୀପ ଠାରୁ ୨୯୦ ଏବଂ ବାଂଲାଦେଶ ଖେପୁପାରା ଠାରୁ ୩୦୦ କିମି ଦୂରରେ ରହିଛି । ସମୟ ସମୟରେ ଏହା ୧୩୫ କିଲୋମିଟର ପ୍ରତିଘଂଟା ଛୁଇଁବ ବୋଲି ମଧ୍ୟ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । ଏହି ଭୀଷଣ ବାତ୍ୟାର ପ୍ରଭାବ ସିଧାସଳଖ ଓଡ଼ିଶା ପଡୁନଥିଲେ ମଧ୍ୟ ଉପକୂଳ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

author

Related Articles

Leave a Reply

Your email address will not be published. Required fields are marked *