ଭୁଟାନ ନେବ ବିଏମସିର ମଳ !

ଭୁଟାନ ନେବ ବିଏମସିର ମଳ !

ଆଜି ରାଜଧାନୀ ଭୁବନେଶ୍ୱରକୁ ଭୁଟାନରୁ ଏକ ପ୍ରତିନିଧି ଦଳ ଆସିଥିଲେ .ଏହି ଟିମ ରେ ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ରହିଥିଲେ .ଆଉ ଏମାନେ ଏକ ଗୁରୁତ୍ୱ ପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଆସିଥିଲେ .ତେବେ କଥାଟି ହେଉଛି .ଏବେ ଭୁଟାନ ଆପଣାଇବ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ମଳ ଏବଂ ବର୍ଜ୍ୟ ପରିଚାଳନା ଓ ପ୍ରକ୍ରିୟାକରଣ . ଏନେଇ ଏକ ପ୍ରତିନିଧି ଦଳ ଓଡିଶା ଆସିଥିଲେ .ଆଉ ଉକ୍ତ ଟିମ ରାଜ୍ୟରେ ୪ ଦିନ ରହି ଅନୁଧ୍ୟାନ କରିବେ .

ଏହି ଟିମ୍ କୁ ବର୍ଜ୍ୟ ପରିଚାଳନା ସହ ତା’ର ପ୍ରକ୍ରିୟାକରଣ ସମ୍ପର୍କରେ ବୁଝାଇବା ପାଇଁ ଏନ୍‌. ଗଣେଶ ବାବୁଙ୍କୁ ଦାୟିତ୍ୱ ଦିଆଯାଇଛି .ଯିଏକି ସହକାରୀ କମିଶନର ଭାବେ କାର୍ଯ୍ୟ ରତ ଅଛନ୍ତି .ଏହି କର୍ମରେ ଆଜି ଟିମ ବାସୁଆଘାଇ ସ୍ଥିତ ମଳ ପରିଚାଳନା କେନ୍ଦ୍ର ବୁଲି ଦେଖିବା ସହ ବିଭିନ୍ନ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର (ଏମସିସି) ଏବଂ ମ୍ୟାଟେରିଆଲ ରିକଭରି ଫାସିଲିଟି (ଏମଆରଏଫ) ବୁଲି ଦେଖିଛନ୍ତି . ଏହା ସହିତ ସେଠାକାର ଅଧିକାର ଙ୍କ ସହ ଭୁଟାନର ପ୍ରିତିନିଧି ଦଳ ଆଲୋଚନା କରିଥିଲେ .

ଏକାଡେମୀ ପକ୍ଷରୁ ସେମାନଙ୍କର ବିଭିନ୍ନ ଏଫଏସଏସଏମ, ଏସଡବ୍ଲ୍ୟୁଏମ ଏବଂ ୟୁଆରସି ଯାଇଛି . ବିଏମସିର ମଳ ଏବଂ ବର୍ଜ୍ୟ ପରିଚାଳନା ଓ ପ୍ରକ୍ରିୟାକରଣକୁ ବହୁ ପ୍ରଶଂସା କରିଥିଲେ ଭୁଟାନ ଟିମ

author

Related Articles

Leave a Reply

Your email address will not be published. Required fields are marked *