ଭୂତୁଣୀ ଚରିତ୍ରରେ ନଜର ଆସିବେ ମାଧୁରୀ !

ଭୂତୁଣୀ ଚରିତ୍ରରେ ନଜର ଆସିବେ ମାଧୁରୀ !

ଖୁବଶୀଘ୍ର ପରଦାକୁ ଆସୁଛି ଦମଦାର କମେଡି ୱିଥ ଥ୍ରୀଲର ମୁଭି ଭୁଲ ଭୁଲେୟାର ଅପକମିଙ୍ଗ ସିକ୍ୱେନ୍ସ । ଫିଲ୍ମ ନିର୍ଦ୍ଦେଶକ ଅନିଜ୍ ବାଜମିଙ୍କ ନିର୍ଦ୍ଦେଶିତ ଫିଲ୍ମ ଭୁଲ ଭୁଲେୟା ୩ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ତେବେ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ବଲିଉଡର ଜଣାଶୁଣା ୟଙ୍ଗ ଆକ୍ଟର କାର୍ତ୍ତିକ ଆର‌୍ୟନ । ଏବଂ ତାଙ୍କ ସହିତ ସ୍କ୍ରିନ ସେୟାର କରିବେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ । ତେବେ ପୂର୍ବରୁ ଶୁଣିବାକୁ ମିଳୁଥିଲା, ଏହି ଫିଲ୍ମରେ ପୁଣି ଥରେ ମଞ୍ଜୁଲିକା ଭୂମିକାରେ ନଜର ଆସିବେ ଭୁୂଲ ଭୁଲେୟା ପାର୍ଟ ୱାନର ହିରୋଇନ୍ ବିଦ୍ୟା ବାଲାନ । ପାର୍ଟ ୱାନ ପରେ ଏବେ ପାର୍ଟ ୩ ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିବ ବୋଲି ଫିଲ୍ମର ମେକର୍ସମାନେ ଆଗରୁ ଘୋଷଣା କରିଥିଲେ । ଏବେ କିନ୍ତୁ ଆଉ ବଡ ଏକ ଟ୍ୱିଷ୍ଟ ସାମ୍ନାକୁ ଆସୁଛି । କୁହାଯାଉଛି, ବଲିଉଡର ଧକଧକ ଗାର୍ଲ ମାଧୁରୀ ଦିକସିତ୍ ଭୁଲ ଭୁଲେୟା ଥ୍ରୀ ରେ ନଜର ଆସିବେ । ସବୁଠୁ ମଜାଦାର କଥା ହେଉଛି ଏହି ଫିଲ୍ମରେ ସେ ଏକ ଭୁତୁଣୀ ଚରିତ୍ରରେ ନଜର ଆସିବେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଯାହାର ଅର୍ଥ ହେଉଛି ଭୁଲ ଭୁଲେୟା ଥ୍ରୀରେ ଗୋଟିଏ ନୁହେଁ ବରଂ ଦୁଇ ଦୁଇଟି ଭୁତୁଣୀ ନଜର ଆସିବେ । ତେବେ ଫିଲ୍ମରେ ଟୁଇଷ୍ଟ ଆଣିବାକୁ ପ୍ରଥମ କରି ଦୁଇ ଫେମସ୍ ଅଭିନେତ୍ରୀଙ୍କୁ ଗୋଟିଏ ପରଦାରେ ଆଣିବାକୁ ମେକର୍ସ ମାନେ ଉଦ୍ୟମ କରିଥିବା ଆଲୋଚନା ହେଉଛି । ଏହି ପ୍ରଚେଷ୍ଟା ଦର୍ଶକଙ୍କ ମନରେ ବେଶ୍ ଉତ୍ସାହ ସୃଷ୍ଟି କରିବ ବୋଲି ମେକର୍ସମାନେ ଆଶାବାନ୍ଧି ରଖିଛନ୍ତିି ।

author

Related Articles

Leave a Reply

Your email address will not be published. Required fields are marked *