ଭୁବନେଶ୍ୱରରୁ ଲଢିବେ ବିଜୟ ପଟ୍ଟନାୟକ !

ଭୁବନେଶ୍ୱରରୁ ଲଢିବେ ବିଜୟ ପଟ୍ଟନାୟକ !

ରାଜ୍ୟ ରାଜନୀତିର ଜଣେ ବରିଷ୍ଠ ନେତା ତଥା  ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ।  କଂଗ୍ରେସରେ ସେ ସାମିଲ ହେବା ପରେ ଦଳର ଜଣେ ପ୍ରମୁଖ ଚେହେରା ପାଲଟିଛନ୍ତି । ବିଜୟଙ୍କୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଶା । ଆସନ୍ତା ନିର୍ବାଚନରେ କଂଗ୍ରେସ ଦଳକୁ ସୃଦୁଢ କରିବା ପାଇଁ ଅଣ୍ଟା ଭିଡିଲେଣି ବିଜୟ । ରାଜଧାନୀ ଭୁବନେଶ୍ୱରରୁ ପ୍ରାର୍ଥୀ ହୋଇପାରନ୍ତି ବିଜୟ । ସେ ହିଁ ବିଜେଡି ଓ ବିଜେପିକୁ କଡା ଟକ୍କର ଦେଇପାରିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି କଂଗ୍ରେସ ହାଇକମାଣ୍ଡ । ପ୍ରଶାସକ ହିସାବରେ ରାଜଧାନୀରେ 12 ବର୍ଷରୁ ଅଧିକ ସମୟ ବିତାଇଛନ୍ତି । ମୁଖ୍ୟ ଶାସନ ସଚିବ ଥିବାରୁ ଶାସନ ଓ ପ୍ରଶାସନ ସମ୍ବନ୍ଧରେ ତାଙ୍କୁ ବେଶ ଭଲ ଭାବରେ ଜଣା । ତେଣୁ ଦୁଇ ବିରୋଧି ଦଳଙ୍କୁ, ବିଜୟ ହିଁ ଭୁବନେଶ୍ୱରରେ ସାମ୍ନା କରିପାରିବେ । ଆସନ୍ତା ନିର୍ବାଚନରେ କେଉଁ ମୋଡ ନେବ ଭୁବନେଶ୍ୱର ଲୋକସଭା କ୍ଷେତ୍ର ଏବଂ ତିନି ଦଳ ମଧ୍ୟରୁ କାହାର ବିଜୟ ହେବ ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *