ଭୁବନେଶ୍ୱରରେ କଂଗ୍ରେସର ବ୍ରହ୍ମାସ୍ତ୍ର !

ଭୁବନେଶ୍ୱରରେ କଂଗ୍ରେସର ବ୍ରହ୍ମାସ୍ତ୍ର !

ଆଗାମୀ ସାଧାରଣ ନିର୍ବାଚନରେ ରୋଚକ ହେବ ଭୁବନେଶ୍ୱର ଲୋକସଭା ଲଢେଇ । ହଁ ଦର୍ଶକବନ୍ଧୁ ଦୁଇ ଦୁଇ ଜଣ ନବାଗତଙ୍କୁ ଟକ୍କର ଦେବେ ମ୍ୟାଡାମ ଅପରାଜିତା । ବିଜେପିରୁ ଅପରାଜିତା ଷଡଙ୍ଗୀ ଏବଂ ବିଜେଡିରୁ ମନ୍ମଥ ରାଉତରାୟଙ୍କୁ ଟକ୍କର ଦେବା ପାଇଁ କଂଗ୍ରେସ, ଯୁବ ନେତା ୟାସିର ନୱାଜଙ୍କୁ ମଇଦାନକୁ ଓହ୍ଲାଇଛି । ମନ୍ମଥ ଓ ଅପାରଜିତାଙ୍କ ବିରୁଦ୍ଧରେ କଂଗ୍ରେସର ଗୋଟି ଚାଳନା । ଛାତ୍ର କଂଗ୍ରେସର ସଭାପତି ୟାସିର ନୱାଜଙ୍କୁ ବ୍ରହ୍ମାସ୍ତ୍ର କରିଛି କଂଗ୍ରେସ । କଂଗ୍ରେସ ତାଙ୍କ ଉପରେ ଭରସା କରି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ କରାଇଛି । ତାଙ୍କ ପଛରେ ରହିଛନ୍ତି ଶହ ଶହ ଯୁବ ନେତା । ଯାହାଙ୍କ ବଳରେ ସେ ବଳୀୟାନ । ଛାତ୍ରନେତା ହେତୁ ସବୁବେଳେ ଛାତ୍ରଙ୍କ ସହିତ ରହିଥାନ୍ତି । ୟାସିର ନୱାଜ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ହେବା ପରେ ଜୋର ଜମୁଛି ଆଲୋଚନା ସମାଲୋଚନା । ତାଙ୍କୁ ପ୍ରାର୍ଥୀ କରାଇ କଂଗ୍ରେସ ଅପରାଜିତା ଓ ମନ୍ମଥଙ୍କୁ ଦେଇଛି ମାଷ୍ଟର ଷ୍ଟ୍ରୋକ । ରାଜ୍ୟରେ ଦୁର୍ନୀତି ଓ ରାଜ୍ୟ ସରକାରଙ୍କ ଅପରାଗତା ବିରୁଦ୍ଧରେ ଛାତ୍ର ନେତାଙ୍କ ଭିତରେ ସବୁବେଳେ ଆଗରେ ରହିଥାନ୍ତି ୟାସିର । କୌଣସି ସରକାରୀ ଅଫିସ ଘେରାଉ ହେଉ କି ଆନ୍ଦୋଳନ ସବୁଥିରେ ନିଜର ପାରଦର୍ଶିତା ଦେଖାଇ ଲୋକଙ୍କ ଭଲ ପାଇଁ କାମ କରିଥାନ୍ତି । ମନ୍ମଥ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ହୋଇଥିବା ହେତୁ କଂଗ୍ରେସ ଭୋଟ ସବୁ ହୁଏତ ମନ୍ମଥଙ୍କୁ ମିଳିଥାନ୍ତା । କିନ୍ତୁ ବିଜେଡିର ଏହି ଗେମ ପ୍ଲାନକୁ ଭଣ୍ଡୁର କରିଦେଇଛି କଂଗ୍ରେସ । ୟାସିର ନୱାଜଙ୍କୁ ଅସ୍ତ୍ର କରି ସମସ୍ତ ଯୁବ ନେତାଙ୍କ ଭୋଟ ଏବଂ ମନ୍ମଥଙ୍କ ଆଡକୁ ଢଳୁଥିବା କଂଗ୍ରେସ ଭୋଟକୁ ନିଜ ଆଡକୁ ଆଣିବାକୁ କଂଗ୍ରେସର ଏ ଗେମ ପ୍ଲାନ । ତେବେ ଏତେ ସବୁ ଭିତରେ ମ୍ୟାଡାମ ଅପରାଜିତାଙ୍କ କ୍ରେଜ ମଧ୍ୟ କିଛି କମ ନାହିଁ । ରାଜଧାନୀର ବିକାଶରେ ହେଉ କି ଲୋକଙ୍କ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପାଖରେ ପହଞ୍ଚାଇବା ହେଉ ସେ ସବୁଥିରେ ତତ୍ପର । ତେବେ ଦେଖିବାକୁ ବାକି ରହିଲା ଆଗାମୀ ନିର୍ବାଚନରେ ମନ୍ମଥ,ଅପରାଜିତା ଓ ୟାସିର ଲଢେଇରେ କାହାର ବଦଳିବ ଭାଗ୍ୟ ।

author

Related Articles

Leave a Reply

Your email address will not be published. Required fields are marked *