ଭୁବନେଶ୍ୱରରେ ଖୋଜା ପଡିଛନ୍ତି ମ୍ୟାଡାମ ଅପରାଜିତା !

ଭୁବନେଶ୍ୱରରେ ଖୋଜା ପଡିଛନ୍ତି ମ୍ୟାଡାମ ଅପରାଜିତା !

ନିର୍ବାଚନ ଫଳାଫଳ ବାହାରିବାର ଗୋଟିଏ ମାସ ବିତିଗଲାଣି । କିନ୍ତୁ ନିର୍ବାଚନରେ ପରାଜୟ ବରଣ କରିଥିବା ବିଜେଡି ନେତ୍ରୀ ଦିପାଳୀ ଦାସ ନିଜ ପରାଜୟକୁ ଅସ୍ୱୀକାର କରୁଛନ୍ତି । ମାତ୍ର ୧୩୩୩ ଖଣ୍ଡ ଭୋଟରେ ସେ ପରାସ୍ତ ହୋଇଥିବାରୁ ଏହାକୁ ସେ ସହଜରେ ଗ୍ରହଣ କରିପାରୁନାହାନ୍ତି । ଇମିଏମ ମେସିନରେ କିଛି ଗଡବଡ ଥିବା ଆଶଙ୍କା କରି ସେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଯେଉଁ ସବୁ ବୁଥ ଗୁଡିକରେ ବିଜେଡି ଅଧିକ ଭୋଟ ପାଇବା କଥା ସେଠାରେ ବିଜେପି କିପରି ଅଧିକ ଭୋଟ ପାଇଲା ତାକୁ ନେଇ ପ୍ରଶ୍ନ ଉଠାଇବା ସହ ନିର୍ବାଚନ କମିଶନକୁ ପୁଣି ଥରେ ଇଭିଏମ ଯାଞ୍ଚ ପାଇଁ ନିବେଦନ କରିଛନ୍ତି । ତେର ସେଟ୍ ଇଭିଏମ ଯାଞ୍ଚ ପାଇଁ ସେ ୬ ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କା ମଧ୍ୟ ଖର୍ଚ୍ଚ କରିଛନ୍ତି । କିନ୍ତୁ ଏତିକିରେ ଅଟକି ନାହାନ୍ତି ଦୀପାଳୀ । ଇଭିଏମ ଯାଞ୍ଚ ପାଇଁ ଆବେଦନ କରିବା ସହ ଭୋଟ ଗଣତିର ସିସିଟିଭି ଫୁଟେଜ ପାଇଁ ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଛନ୍ତି । ଏବଂ ତାଙ୍କ ଆବେଦନକୁ ଗ୍ରହଣ ମଧ୍ୟ କରାଯାଇଛି । ଆସନ୍ତା କିଛି ଦିନ ମଧ୍ୟରେ ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିବ ବୋଲି ସୂଚନା ମିଳୁଛି । ଶେଷ ୩ ରାଉଣ୍ଡ ଭୋଟ ଗଣତିରେ ସେ ସନ୍ଦେହ କରିଥିବାରୁ ଦିନ ୧୧ଟାରୁ ଦିନ ୧ ଟା ବେଳର ସିସିଟିଭି ଫୁଟେଜ ମାଗିଛନ୍ତି । ବିଜେଡି ନେତାଙ୍କ କହିବା ଅନୁସାରେ, ଉଭୟ ସାଂସଦ ଏବଂ ବିଧାୟକଙ୍କ ଭୋଟ ଅଲଗା ଅଲଗା ପଡିଥିବା ବେଳେ ଶେଷ ରାଉଣ୍ଡ ରେ ଅଦଳ ବଦଳ ହୋଇପାରେ ବୋଲି ସେମାନଙ୍କ ଆଶଙ୍କା ରହିଛି । ଅନ୍ୟପଟେ ଦୀପାଳି ଯଦି ସିସିଟିଭି ଫୁଟେଜ ଯାଞ୍ଚ ପାଇଁ ହାଇକୋର୍ଟରେ ପିଟିସନ ଦାଖଲ କରନ୍ତି ଆଉ କୋର୍ଟ ତାଙ୍କୁ ଗ୍ରହଣ କରନ୍ତି ତେବେ ସମସ୍ତ ବୁଥର ପୁନଃ ଗଣତି କରାଯିବା ନେଇ ସମ୍ଭାବନା ରହିଛି । ଏବଂ ଦୀପାଳି ହାରିଥିବା ବାଜି ଜିତିଯାଇପାରନ୍ତି ବୋଲି ଏବେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଏବଂ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ବିଧାୟକ ହେବାର ଖୁସି ଦୁଖଃରେ ପରିଣତ ହେବ ବୋଲି ଆଲୋଚନା ସରଗରମ ହେଲାଣି । ତେବେ ଏତେ ସବୁ ପରେ ଦେଖାଯାଉ ଦୀପାଳିଙ୍କ ଭାଗ୍ୟ ପୁଣିଥରେ ଚମକୁଛି ନା ଅନ୍ଧାରରେ ରହିଯାଉଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *