ଭୁବନେଶ୍ୱରରେ ପୁଣି ଟ୍ରେନ ଦୁର୍ଘଟଣା

ଭୁବନେଶ୍ୱରରେ ପୁଣି ଟ୍ରେନ ଦୁର୍ଘଟଣା

ରାଜଧାନୀ ଭୁବନେଶ୍ୱର ୟାର୍ଡରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ । ଭୁବନେଶ୍ୱର ମଞ୍ଚେଶ୍ୱର ରେଳ ଷ୍ଟେସନ ନିକଟରେ ମାଲବାହୀ ଗାଡିଟି ଲାଇନଚ୍ୟୁତ ହେବା ଫଳରେ ସାମୟିକ ଭାବରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।ସୂଚନାନୁସାରେ, ଆଜି ସକାଳେ ପ୍ରାୟ ୮ଟା ୪୦ ସମୟରେ ଏକ ମାଲବାହୀ ଟ୍ରେନଟି ଡାଉନ ଲାଇନ ଦେଇ କଟକ ଅଭିମୁଖେ ଯାଉଥିଲା। ବାଣୀବିହାର ଓ ମାଷ୍ଟରକ୍ୟାଣ୍ଟିନ ଷ୍ଟେସନ ମଝିରେ ଟ୍ରେନଟି ଲାଇନଚ୍ୟୁତ ହୋଇଥିଲା। ଟ୍ରେନର ଗୋଟିଏ ବଗି ଟ୍ରାକରୁ ଖସି ଯାଇଥିଲା। ଫଳରେ ସେହି ରୁଟ୍‌ରେ ଟ୍ରେନ ଚଳାଚଳା ପ୍ରଭାବିତ ହୋଇଛି। ରେଲୱେ ବିଭାଗର କର୍ମଚାରୀ ପହଞ୍ଚି ଟ୍ରାକ ମରାମତି କରୁଥିବା ଜଣାଯାଇଛି।

author

Related Articles

Leave a Reply

Your email address will not be published. Required fields are marked *