ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱରରେ ପହଁଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆନ୍ଧ୍ରରେ ଚନ୍ଦ୍ରବାବୁ ନାଇଡୁ ଶପଥ ନେବା ପରେ ଓଡିଶାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ଆସିଛନ୍ତି ମୋଦି । ଭୁବନେଶ୍ୱରରେ ବିମାନ ବନ୍ଦରରେ ପହଞ୍ଚିବା ପରେ କଡା ସୁରକ୍ଷା ବଳୟ ଭିତରେ ସେ ରାଜଭବନରେ ପହଞ୍ଚିଛନ୍ତି । ସେଠାରେ କିଛି ସମୟ ବିଶ୍ରାମ ନେବା ପରେ ଶପଥ ଗ୍ରହଣ ଉତ୍ସବରେ ପହଞ୍ଚିବା ନେଇ ସୂଚନା ରହିଛି । ତେବେ ଆଜି ଅପରାହ୍ଣ ୪ଟା ୪୫ ସମୟରେ ଜନତା ମୈଦାନରେ ନୂଆ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶପଥ ନେବେ ବୋଲି ଆଗରୁ ସମୟ ଧାର୍ଯ୍ୟ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏବଂ ପ୍ରଭାତୀ ପରିଡା ମଧ୍ୟ ଶପଥ ଗ୍ରହଣ କରିବେ । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଅମିତ ଶାହା, ରାଜନାଥ ସିଂହଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ହେବେ ।

author

Related Articles

Leave a Reply

Your email address will not be published. Required fields are marked *