ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ଫିପା ଟ୍ୟାଲେଣ୍ତ ଏକାଡେମୀ

ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ଫିପା ଟ୍ୟାଲେଣ୍ତ ଏକାଡେମୀ


ଓଡିଶା ଫୁଟୁବଲ ଇତିହାସରେ ଯୋଡି ହେବ ଆଉ ଏକ ନୂଆ ଫର୍ଦ | ଭୁବନେଶ୍ୱରରେ ଦେଶର ପ୍ରଥମ ଏଆଇଏଫ-ଏଫ-ଫିପା ଟ୍ୟାଲେଣ୍ତ ଏକାଡେମୀର ଶୁଭ ଉଦଘାଟନ ହେବ | ଏହାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଏହି କାର୍ଯ୍ୟକ୍ରମରେ ଫିପାର ଗ୍ଲୋବାଲ ଡେଭେଲପମେଣ୍ଟର ମୁଖ୍ୟ ଆର୍ସେନ ୱଙ୍ଗର ,ରାଜ୍ୟ କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ସର୍ବଭାରତୀୟ ଫୁଟୁବଲ ସଂଘର ସଭାପତି କଲ୍ୟାଣ ଚୌବେ ଉପସ୍ଥିତ ରହିବେ | ଆର୍ସେନ ଓ କଲ୍ୟାଣ ଚୌବେ ଭୁବନେଶ୍ୱରରେ ପହଂଚିଛନ୍ତି | ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବା ପରେ କ୍ରୀଡା ସଚିବ ଆର .ଭିନିଲ କ୍ରିଷ୍ଣା ଉଭୟଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ | ଏଆଇଏଫଏଫର ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶ ଖୁସି ପ୍ରକାଶ କରିଥିଲେ | ଦେଶର ଏକ ବିଶ୍ୱସ୍ତରୀୟ ଏକାଡେମୀ ପ୍ରତିଷ୍ଠା ନେଇ ସର୍ବଭାରତୀୟ ଫୁଟୁବଲ ସଙ୍ଘ (ଆଇଏଫଏଫ) ଯେଉଁ ପ୍ରୟାସ ଜାରି ରଖିଥିଲା ତାହା ଶେଷରେ ସଫଳ ହେବାକୁ ଯାଉଛି | କ୍ରୀଡାର ବିକାଶ ନେଇ ଓଡିଶା ସରକାର ପ୍ରତିଶୃତିବଦ୍ଧ ଏବଂ ଆମେ ସର୍ବଭାରତୀୟ ଫୁଟୁବଲ ସଙ୍ଘ ସହ ମିଳିତ ହୋଇ ଫୁଟୁବଲ ଖେଳାଳିଙ୍କ ପାଇଁ ଆବଶ୍ୟକ ଶେଷ୍ଠ ସୁବିଧ ସୁଯୋଗ ଦିଗରେ କାର୍ଯ୍ୟ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *