ଭୁବନେଶ୍ୱର ଆନ୍ତଃମହାଦେଶୀୟ ଫୁଟବଲ କପ

ଭୁବନେଶ୍ୱର ଆନ୍ତଃମହାଦେଶୀୟ ଫୁଟବଲ କପ

ଭୁବନେଶ୍ୱର:

ଭୁବନେଶ୍ୱର ଆଉ ଏକ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଖେଳାଯିବ | ଆସନ୍ତା ଜୁନରେ ଭୁବନେଶ୍ୱର ୪ଟି ଦେଶକୁ ନେଇ ଆନ୍ତଃ ମହାଦେଶୀୟ (ଇଣ୍ଟରକଣ୍ଟିନେଣ୍ଟାଲ) ଫୁଟବଲ କୂପ ଆୟୋଜନ ହେବ | ଜୁନ ୯ ରୁ ୧୮ ତାରିଖ ମଧ୍ୟରେ ଟୁର୍ଣ୍ଣାମେଣ୍ଟର ତୃତୀୟ ସଂସ୍କରଣ ଖେଳାଯିବ ବୋଲି ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ) ସାଧାରଣ ସମ୍ପାଦକ ସାଜି ପ୍ରଭାକରଣ କହିଛନ୍ତି | ଭୁବନେଶ୍ୱରରେ ବିଶ୍ୱସ୍ତରୀୟ କ୍ରୀଡା ଭିର୍ତ୍ତିଭୁମି ଉପଲବ୍ଧ ଓ ଏଠାରେ ପୂର୍ବରୁ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଆୟୋଜିତର ହୋଇଛି | ତେଣୁ ଏଠାରେ ଏହି ଆନ୍ତଃ ମହାଦେଶୀୟ ଫୁଟବଲ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ନିଷ୍ପତି ନିଆଯାଇଛି ବୋଲି ପ୍ରଭାକରଣ କହିଛନ୍ତି ଆୟୋଜକ ଭାରତ ସମେତ ଲେବାନନ, ମଙ୍ଗୋଲିଆ ଓ ଭାନୁଆଟୁ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ | ପୂର୍ବରୁ ଗତ ଅକ୍ଟୋବର ୧୧ରୁ ୩୦ ତାରିଖ ମଧ୍ୟରେ ଭାରତରେ ୧୭ ବର୍ଷରୁ କାମ ମହିଳା ଫିଫା ବିଶ୍ଵକପ ଆୟୋଜନ ହୋଇଥିଲା |

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସମେତ ମାର୍ଗାଓ ଜବାହାରଲାଲ ନେହେରୁ ଓ ନବୀ ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡ଼ିୟମର ବିଶ୍ୱକପର ମ୍ୟାଚଗୁଡିକ ଖେଳାଯାଇଥିଲା | ଭାରତର ସିନିଅର ଫୁଟବଲ ଦଳ ପ୍ରଥମଥର ପାଇଁ ଭୁବନେଶ୍ୱର କୌଣସି ବଡ଼ ଟୁର୍ଣ୍ଣାମେଣ୍ଟ ଖେଳିବ | ଭାରତ ପୂର୍ବରୁ କେବେବି ଭାନୁଆଟୁ ଓ ମଙ୍ଗୋଲିଆ ବିପକ୍ଷରେ ମ୍ୟାଚ ଖେଳି ନାହିଁ | ଅବଶ୍ୟ ଲେବାନନ ବିପକ୍ଷରେ ଭାରତ ୬ଟି ମ୍ୟାଚ ଖେଳିଛି | ଭାରତୀୟ ଫୁଟବଲ ଦଳ ଘରୋଇ ପରିବେଶରେ ଖେଳିଥିବା ଗତ ୫ଟି ମ୍ୟାଚରେ ଅପରାଜେୟ ରହିଛି | ଭାରତ ପ୍ରଥମ ୨୦୨୨ ଜୁନ ୮ ରେ କୋଲକାତାରେ ଏଏଫସି ଏସିଆନ କପ ୨୦୨୩ କ୍ୱାଲିଫାୟାର୍ସ ରାଉଣ୍ଡ ୩ରେ କାମ୍ବୋଡ଼ିଆକୁ ୨-୦ ଗୋଲରେ ପରାସ୍ତ କରିଥିଲା | କୋଚ ଆଇଗର ଷ୍ଟିମାକଙ୍କ ତତ୍ତ୍ୱାବଧାନରେ ଭାରତ ଆଫଗାନିସ୍ତାନକୁ ୨-୧, ହଂକଂକୁ ୪-୦ ଗୋଲରେ ପରାସ୍ତ କରିଥିଲା | ଏହାପରେ ପରେ ମଣିପୁରର ଇମ୍ଫାଲରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଭାରତ ମ୍ୟାନମାରକୁ ୧-୦ ଓ କିରିଗିଜସ୍ତାନକୁ ୨-୦ ଗୋଲରେ ପରାସ୍ତ କରି ଚାମ୍ପିଅନ ହୋଇଥିଲା |

author

Related Articles

Leave a Reply

Your email address will not be published. Required fields are marked *