ଭୁବନେଶ୍ୱର ଆସିବେ ଦୁଇ ଜାତୀୟ ଦଳର ହେଭିୱେଟ ନେତା

ଭୁବନେଶ୍ୱର ଆସିବେ ଦୁଇ ଜାତୀୟ ଦଳର ହେଭିୱେଟ ନେତା

ଓଡିଶାରେ ବିଜେଡିକୁ ହଟାଇ ସରକାର ଗଢିବା ପଥରେ ଆଗେଇ ଚାଲିଛନ୍ତି ଦୁଇ ଜାତୀୟ ଦଳ । ବିଜେଡିର ଭୋଟରଙ୍କୁ ନିଜ ଆଡକୁ ଟାଣିବା ପାଇଁ ଭିନ୍ନ ଭିନ୍ନ ରଣନୀତି ପ୍ରସ୍ତୁତ କରୁଛନ୍ତି ଉଭୟ ଦଳ । ଏଥିପାଇଁ ଆଗାମୀ ଦିନ ଗୁଡିକରେ ଦୁଇ ଦଳର ହେଭିୱେଟ ନେତା ଓଡିଶା ଗସ୍ତରେ ଆସୁଛନ୍ତି । ଆସନ୍ତାକାଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁୁନ ଖଡଗେ ଭୁବନେଶ୍ୱର ଆସିବା କାର୍ଯ୍ୟକ୍ରମ ରହିଥିବା ବେଳେ ଫେବୃଆରୀ ୧୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱର ଗସ୍ତରେ ଆସିବେ ବୋଲି ରାଜ୍ୟ ବିଜେପି ସଭାପତି ସୂଚନା ଦେଇଛନ୍ତି । ତେବେ ଖଡଗେଙ୍କ ଉପସ୍ଥିତିରେ କଂଗ୍ରେସ ଶାସକ ଦଳ ବିରୁଧରେ ଓଡିଶା ବଞ୍ଚାଅ ଆନ୍ଦୋଳନର ଡାକରା ଦେଇଥିବା ବେଳେ ବିଜେପି କିନ୍ତୁ ବିଜେଡିର ମହିଳା ଭୋଟ ବ୍ୟାଙ୍କ ଉପରେ ନଜର ରଖିଛି । ଏଥିପାଇଁ ଆସନ୍ତା ଫେବୃଆରୀ ୧୦ ରେ ଓଡିଶାରେ ବିଶାଳ ମହିଳା ସମାବେଶ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କୁ ଉଦବୋଧନ ଦେବେ ବୋଲି ଦଳ ନିଷ୍ପତ୍ତି ନେଇଛିା

author

Related Articles

Leave a Reply

Your email address will not be published. Required fields are marked *