ଭୁବନେଶ୍ୱର ଆସିବେ ମୋଦି !

ଭୁବନେଶ୍ୱର ଆସିବେ ମୋଦି !

ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୋଟିଏ ମାସରେ ଦୁଇ ଦୁଇ ଥର ଓଡିଶା ଆସିପାରନ୍ତି । ପ୍ରଥମେ ଫେବୃୟାରୀ 3ରେ ଏବଂ ପୁଣିଥରେ 10 ତାରିଖରେ ଓଡିଶା ଆସିପାରନ୍ତି । ଭୁବନେଶ୍ୱରରେ ୨୫ ହଜାରରୁ ଅଧିକ ମହିଳାଙ୍କୁ ଏକ ବିଶାଳ ମହିଳା ସମାବେଶ ଆୟୋଜନ କରୁଛି ଭାରତୀୟ ଜନତା ପାର୍ଟି । ଏହି ସମାବେଶରେ ସାମିଲ୍ ହୋଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଦେଶରେ ଦୁଇଟି ବିଶାଳ ମହିଳା ସମାବେଶ ଆୟୋଜନ କରିବାକୁ ଯାଉଛି । ଗୋଟିଏ ଓଡ଼ିଶାର ଭୁବନେଶ୍ୱରରେ ମହିଳା ସମାବେଶ ହେବାକୁ ଥିବା ବେଳେ ଅନ୍ୟ ସମାବେଶଟି ମଧ୍ୟପ୍ରଦେଶରେ ଆୟୋଜିତ ହେବ । ଭୁବନେଶ୍ୱରରେ ହେବାକୁ ଥିବା ମହିଳା ସମାବେଶରେ ବହୁ କେନ୍ଦ୍ରୀୟ ନେତାଙ୍କ ସମେତ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ଫେବୃୟାରୀ 3ରେ ସମ୍ୱଲପୁର ଆଇଆଇଏମର କାର୍ଯ୍ୟକ୍ରମରେ ସାମିଲ ହେବେ ।

author

Related Articles

Leave a Reply

Your email address will not be published. Required fields are marked *