ଭୁବନେଶ୍ୱର ବାଲିଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଶେଷ

ଭୁବନେଶ୍ୱର ବାଲିଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଶେଷ

ଭୁବନେଶ୍ୱରରେ ହେବ ଐତିହ ବାଲିଯାତ୍ରା । ନଭେମ୍ବର 27ରୁ ଡିସେମ୍ବର 5 ପର୍ଯ୍ୟନ୍ତ ବାଲିଯାତ୍ରା ଅନୁଷ୍ଠିତ ହେବ । ଏହା କୁଆଖାଇ ନଦୀପଠା ଠାରେ ଆୟୋଜିତ କରାଯାଇଛି । ଗୁରୁବାର ଭୁବନେଶ୍ୱର ସର୍କିଟ ହାଉସରେ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ବସିଥିଲା । ଚଳିତଥର ପ୍ରାୟ ୯୦୦ ଷ୍ଟଲ୍ ହେବବୋଲି ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ୱର ସର୍କିଟ ହାଉସରେ ବସିଥିବା ବୈଠକରେ ବାଲିଯାତ୍ରାକୁ ସୁରୁଖୁରୁରେ ପରିଚାଳନା ଓ ଟ୍ରାଫିକ୍ ସମସ୍ୟାର ସମାଧାନ ଉପରେ ଅଧିକ ଧ୍ୟାନ ଦିଆଯାଇଛି । ହାଇଟେକ୍ ଛକ ତଥା ଜାତୀୟ ରାଜପଥ-୧୬ରୁ ବାଲିଯାତ୍ରା ପଡ଼ିଆକୁ ଯାଉଥିବା ଲୋକେ ରାତିରେ ଯେପରି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପାଇଁ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା ହୋଇଛି । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମାନଙ୍କୁ ନିୟୋଜିତ କରାଯାଇଛି । ସମ୍ପୂର୍ଣ୍ଣ ପଡ଼ିଆରେ ପ୍ରାୟତଃ ଶହେ ସିସିଟିଭି କ୍ୟାମେରା ଲାଗିବ ବୋଲି ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *