ଭୁଲ ନିଷ୍ପତ୍ତି ପାଇଁ ରାଜନୀତିରୁ ଲିଭିଗଲା ୪ ଥରର ବିଧାୟକଙ୍କ ନାଁ !

ଭୁଲ ନିଷ୍ପତ୍ତି ପାଇଁ ରାଜନୀତିରୁ ଲିଭିଗଲା ୪ ଥରର ବିଧାୟକଙ୍କ ନାଁ !

ରାଜନୀତିରୁ ଲିଭିଗଲା କି ବରିଷ୍ଠ ନେତା ତଥା ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକଙ୍କ ନାଁ । ନିର୍ବାଚନ ପରଠାରୁ କୁଆଡେ ଅଦୃଶ୍ୟ ହୋଇଗଲେ ଦେବାଶିଷ । ହଁ ଆଜ୍ଞା ଚଳିତ ନିର୍ବାଚନ ରାଜ୍ୟ ରାଜନୀତିର ଚିତ୍ରକୁ ସମ୍ପୂର୍ଣ୍ଣ ବଦଳାଇଦେଇଛି । ୨୪ ବର୍ଷର ସରକାରର ପତନ ହେବା ସହ ନୂଆ ସରକାର ଆସିଛି । ଆଉ ଏହି ପରିବର୍ତନ ମଧ୍ୟରେ ଅନେକ ଭେଟେରାନ ନେତାଙ୍କ ଭାଗ୍ୟ ବି ବଦଳିଯାଇଛି । କିଏ ନୂଆ କରି କ୍ଷମତାକୁ ଆସିଛି ତ ଆଉ କିଏ କ୍ଷମତାରୁ ହାତ ଧୋଇ ବସିଛି । କିନ୍ତୁ ଗୋଟିଏ ଆସନରୁ ବାରମ୍ବାର ଜିତିଥିବା ଜଣେ ନେତାଙ୍କ ଭବିଷ୍ୟତ ଗତ ନିର୍ବାଚନ ପରି ଚଳିତ ନିର୍ବାଚନରେ ମଧ୍ୟ ଅନ୍ଧାରରେ ରହିଯାଇଛି । ତେବେ ଆମେ କହୁଛୁ ବରୀର ୪ ଥରର ବିଧାୟକ ଦେବାଶିଷ ନାୟକୟଙ୍କ କଥା । ୨୦୦୦ ମସିହାରୁ ବିଜେଡିରୁ ଦେବାଶିଷ ବରୀର ବିଧାୟକ ଭାବେ କାର୍ଯ୍ୟ କରୁଥିଲେ । କିନ୍ତୁ ୨୦୧୯ ମସିହା ପରଠାରୁ ସେ ଦଳର ଭରସା ହରାଇଥିଲେ । ୨୦୧୯ରେ ସୁନନ୍ଦା ଦାସ ଏବଂ ୨୦୨୪ରେ ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ବିଜେଡି ଟିକେଟ ଦେଲା । ଯେଉଁ ନିଷ୍ପତିରେ ଅସନ୍ତୁଷ୍ଟ ରହି ଦେବାଶିଷ ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହେଲେ । କିନ୍ତୁ ବିଜେପିରେ ସମାନ ଦଶା ଭୋଗ କରିବାକୁ ପଡିବାରୁ ବିଜେପିରୁ ୟୁଟଣ୍ଣ ର୍ ମାରି ସେ କଂଗ୍ରେସ ହାତ ଧରିଲେ । ଏବଂ ଟିକେଟ ମଧ୍ୟ ହାତେଇଲେ । କିନ୍ତୁ ବରୀରେ ବିଜେଡି ଆଗରେ କଂଗ୍ରେସ ବି ତିଷ୍ଠି ପାରିଲା ନାହିଁ । ଯାହାର ଫଳ ସ୍ୱରୂପ ଦେବାଶିଷ ନାୟକ ବରୀରେ ଚିତପଟାଙ୍ଗ ହୋଇପଡିଲେ । ଆଉ ସେବେଠାରୁ ହିଁ ଦେବାଶିଷ ନାୟକଙ୍କୁ ଦେଖିବାକୁ ମିଳୁନି । ଯାହାକୁ ନେଇ ଦେବାଶିଷଙ୍କ ବିଜେଡି ଛାଡିବା ନିଷ୍ପତ୍ତିକୁ ଭୁଲ ବୋଲି କୁହାଯାଉଛି । କାରଣ ବିଜେଡି ଚଳିତ ଥର ହାରିଛି ସତ କିନ୍ତୁ ବିଜେଡିର ଲୋକପ୍ରିୟତା ବଢିବା ସହ ବିଜେଡି ନେତାଙ୍କୁ ସାଧାରଣ ଲୋକଙ୍କ ସପୋର୍ଟ ମିଳୁଛି । ଏବଂ ବିଜେଡିରେ ବରିଷ୍ଠ ନେତାଙ୍କୁ ମଧ୍ୟ ବିଜେଡି ସୁପପ୍ରିମୋ ନବୀନ ପଟ୍ଟନାୟକ କିଛି ନା କିଛି ଦାୟିତ୍ୱ ଦେଉଛନ୍ତି । କିନ୍ତୁ ଦେବାଶିଷଙ୍କ ହାତ ସମ୍ପୂର୍ଣ୍ଣ ଖାଲି ରହିଛି । ତେବେ ଦେଖାଯାଉ ଆଗକୁତାଙ୍କ ରାଜନୈତିକ ଭବିଷ୍ୟତ କଣ ହେଉଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *