ଭେଗାନ ସ୍କିନ କେୟାର

ଭେଗାନ ସ୍କିନ କେୟାର

ଆଜିକାଲି ଅନେକ ଲୋକ ଭେଗାନ ଡାଏଟ ଫଲୋ କରିବା ଆରମ୍ଭ କରିଛନ୍ତି | ଭେଗାନ ଅର୍ଥ କେବଳ ଉଦ୍ଭିଦଜାତ ଦ୍ରବ୍ୟର ବ୍ୟବହାର | ତେବେ ଭେଗାନ କେବଳ ଯେ ବର୍ତ୍ତମାନ ଖାଦ୍ୟରେ ସୀମିତ ତାହା ନୁହେଁ ବର୍ତ୍ତମାନ ଏହା ଫ୍ୟାଶନରେ ମଧ୍ୟ ସାମିଲ ହୋଇଛି | ଭେଗାନ ଲେଦର ଠାରୁ ଆରମ୍ଭ କରି ଭେଗାନ ସ୍କିନ କେୟାର ସବୁର ଚାହିଦା ବଢିଛି | ତେବେ ବର୍ତ୍ତମାନ ତେବେ ବର୍ତ୍ତମାନ ଯୁବପିଢ଼ି ମଧ୍ୟରେ ଭେଗାନ ସ୍କିନ କେୟାର ଟ୍ରେଣ୍ଡରେ ରହୁଛି | ଭେଗାନ ସ୍କିନ କେୟାରରେ କୌଣସି ପାଶୁଜାତ ଦ୍ରବ୍ୟର ବ୍ୟବହାର ନଥାଏ | ଏହାର ସମସ୍ତ ସାମଗ୍ରୀ ଉଦ୍ଭିଦଜାତ ହୋଇଥାଏ | ଏହି ଭେଗାନ ସ୍କିନ କେୟାର ତାଲିକାରେ ଆଲୋଭେରା, ସି ବଟ୍ଟର, ଜୋଜବା ଅଏଲ ଏବଂ ନଡ଼ିଆ ତେଲ ଆଦି ସାମିଲ ରହିଛି | ଏଗୁଡିକ ହେଲା ଭେଗାନ ସ୍କିନ କେୟାର ଲିଷ୍ଟର ସବୁଠାରୁ ପପୁଲାର ଆଇଟମ | ଏହି ସମସ୍ତ ବିୟୁଟି ପ୍ରଡକ୍ଟ ବିଭିନ୍ନ ପ୍ରକାରର ସ୍କିନ ଆଡାଭାଣ୍ଟେଜ୍ ଦେଇଥାଏ | ଏହା ସ୍କିନକୁ ହାଇଡ୍ରେଟ କରୁଥିବା ବେଳେ ସ୍କିନକୁ କୋମଳ ମଧ୍ୟ କରିଥାଏ | ଏହା ସହ ସ୍କିନକୁ ବିଭିନ୍ନ ପାକୃତିକ କ୍ଷତିରୁ ମଧ୍ୟ ବଞ୍ଚାଇଥାଏ | ତେବେ ଏହି ଭେଗାନ ସ୍କିନ କେୟାର ବିଷୟରେ ଅନେକ ଲୋକ ଜାଣିନଥାନ୍ତି | ଏହି ସ୍କିନ କେୟାର ଆମର ସ୍କିନକୁ ଭଲ ରଖିବା ସହ ପରିବେଶ ପାଇଁ ମଧ୍ୟ ଲାଭ ଦାୟକ ହୋଇଥାଏ | ତେବେ ଏହି ସ୍କିନ ପ୍ରଡକ୍ଟ ବିଭିନ୍ନ ପ୍ରକାର ସ୍କିନ ପାଇଁ ଅଲଗା ଅଲଗା ହୋଇଥାଏ |

author

Related Articles

Leave a Reply

Your email address will not be published. Required fields are marked *