ଭୋଗରାଇ ଆସୁଛନ୍ତି କଂଗ୍ରେସ ନେତା ସଚିନ ପାଇଲଟ୍

ଭୋଗରାଇ ଆସୁଛନ୍ତି କଂଗ୍ରେସ ନେତା ସଚିନ ପାଇଲଟ୍

ବାଲେଶ୍ୱର ଜିଲ୍ଲାର ଭୋଗରାଇ ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସିବେ କଂଗ୍ରେସ ନେତା ସଚ୍ଚିନ ପାଇଲଟ । ଜୁନ ୧ରେ ବାଲେଶ୍ୱର ସଂସଦୀୟ କ୍ଷେତ୍ର ସହ ସମସ୍ତ ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି । ସମସ୍ତ ଦଳର ଶୀର୍ଷ ନେତୃତ୍ୱ ମାନେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଏପରିକି କଂଗ୍ରେସ ମଧ୍ୟ ପ୍ରଚାର ଅଭିଯାନ ଚଳାଇଥିବା ବେଳେ ଏବେ ଭୋଗରାଇ ଗସ୍ତରେ ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ ଆସୁଥିବା ସୂଚନା ମିଳିଛି । କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଭୋଟ ମାଗିବେ ସଚିନ୍ । ଭୋଗରାଇ କଂଗ୍ରେସ ପକ୍ଷରୁ ଏନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସଚିନ୍ ପାଇଲଟଙ୍କ ଗସ୍ତ କାର‌୍ୟ୍ୟକ୍ରମ ନେଇ ସୂଚନା ଦେଇଛନ୍ତି ଭୋଗରାଇ କଂଗ୍ରେସ ବିଧାୟକ ପ୍ରାର୍ଥୀ ସତ୍ୟଶିବ ଦାସ ।

author

Related Articles

Leave a Reply

Your email address will not be published. Required fields are marked *