ଭୋଟର ତାଲିକା ପାଇଁ ଡିସେମ୍ବର ୯ ଯାଏ ଆବେଦନ

ଭୋଟର ତାଲିକା ପାଇଁ ଡିସେମ୍ବର ୯ ଯାଏ ଆବେଦନ

୨୦୨୪ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହୋଇଛି ଭୋଟର ତାଲିକା ସଂଶୋଧନ । ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ସଂଶୋଧନ ପାଇଁ ଡିସେମ୍ବର ୯ ତାରିଖ ଯାଏ ଆବେଦନ କରିପାରିବେ । ଉଭୟ ଅଫଲାଇନ ଏବଂ ଅନଲାଇନରେ ଲୋକେ ଆବେଦନ କରିପାରିବେ ।୨୦୨୪ ଜାନୁଆରୀ ପହିଲା ସୁଦ୍ଧା ଯେଉଁମାନଙ୍କର ବୟସ ୧୮ ବର୍ଷ ହୋଇଥିବ ସେମାନଙ୍କର ନାମ ଭୋଟର ତାଲିକାରେ ରହିପାରିବ । ଅଧିକ ସହାୟତା ପାଇଁ ଟୋଲ ଫି ନମ୍ବର ୧୯୫୦କୁ କଲ କରିପାରିବେ । ଫର୍ମ-୬ରେ ନୂଆ ଆବେଦନ, ଫର୍ମ-୭ରେ ନାମ ଯୋଗ ଓ ବିଯୋଗ ଏବଂ ଫର୍ମ-୮ ରେ ଭୋଟର କାର୍ଡରେ ଥିବା ତ୍ରୁଟି ସଂଶୋଧନ କରିହେବ । ଏନେଇ ସବୁ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ବ୍ଳକ, ତହସିଲ ଏବଂ ବୁଥ ସ୍ତରୀୟ ଅଧିକାରୀଙ୍କୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ତେବେ ରାଜ୍ୟରେ ଭୋଟର ସଂଖ୍ୟା ବଢିଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ୨୦୨୩ ଜାନୁଆରୀ ପହିଲା ସୁଦ୍ଧା ରାଜ୍ୟରେ ମୋଟ ଭୋଟର ସଂଖ୍ୟା ଥିଲା ୩ କୋଟି ୨୩ ଲକ୍ଷ ୫୨ ହଜାର ୧୧୯ । ଶେଷ ସଂଶୋଧନ ସୁଦ୍ଧା ଭୋଟର ସଂଖ୍ୟା ୩ କୋଟି ୨୬ ଲକ୍ଷ ୫୫ ହଜାର ୨୧୩ ରେ ପହଂଚିଛି । ସେହିପରି ବୁଥ ସଂଖ୍ୟା ୩୭ ହଜାର ୬୦୬ ଥିବା ବେଳେ ୩୭ ହଜାର ୮୦୯ରେ ପହଂଚିଛି । ତେବେ ଆସନ୍ତା ଜାନୁଆରୀ ୫ ତାରିଖରେ ପୁରା ଭୋଟର ଲିଷ୍ଟ ପ୍ରକାଶ କରାଯିବ ।

author

Related Articles

Leave a Reply

Your email address will not be published. Required fields are marked *