ଭ୍ୟାନରେ ବସି ବବି ଦେଲେ ସ୍ଲୋଗାନ…

ଭ୍ୟାନରେ ବସି ବବି ଦେଲେ ସ୍ଲୋଗାନ…

ବବି ଦେଲେ ସ୍ଲୋଗାନ । ନବୀନ ପଟ୍ଟନାୟକ ଜିନ୍ଦାବାଦରେ କମ୍ପିଲା ବିଜେପି ଅଗଣା । ବର୍ଷାରେ ଛିଡା ହୋଇ ରଣହୁଙ୍କାର ଦେଲେ ବିଜେଡି ନେତା । ବିଜେପିର ବର୍ଷ ପୂର୍ତିରେ ହାଏ ହାଏ ନାରାରେ କମ୍ପିଲା ବିଜେପି ଅଗଣା । ହଁ ଆଜ୍ଞା, ମୋହନ ସରକାରର ବର୍ଷ ପୂର୍ତିରେ ବି ବିରୋଧୀ ବିଜେଡିର ହଙ୍ଗାମା ଦେଖିବାକୁ ମିଳିଛି । ମୋହନ ସରକାରଙ୍କ ବିରୋଧରେ ନାରା ବାଜି କରି ଢୁ ଢୁ ବର୍ଷାରେ ଛିଡା ହୋଇ ଅଭିନବ ଢଙ୍ଗରେ ପ୍ରତିବାଦ କରିଥିଲେ ବିଜେଡି ନେତା । ଏପଟେ ବର୍ଷକର ସଫଳତାକୁ ନେଇ ମୋହନ ସରକାର ପ୍ରଚାର କରୁଥିବା ବେଳେ ସେପଟେ ବର୍ଷାରେ ଓଦା ହୋଇ ମୋହନ ସରକାରଙ୍କର ବିଫଳତା ଗାଇ ଥିଲେ ବିଜେଡି ନେତା । ଆଉ ବିଜେଡିର ଦମଦାର ସ୍ୱରରେ ଶାସକ ଦଳର ସ୍ୱର ଧୀମା ପଡିଯାଇଥିବା ଚର୍ଚ୍ଚା ଚାଲିଛି ।

ତେବେ ପ୍ରଥମ ଜନ୍ମ ବାର୍ଷିକୀ ପାଳନରେ ମୋହନ ସରକାରଙ୍କ ନାରା ବାଜି ଥିଲା ବର୍ଷ ଏକ କିନ୍ତୁ ଉପଲବ୍ଧି ଅନେକ । ବିଜେପି ନିର୍ବାଚନ ସମୟରେ ଦେଇଥିବା ୨୧ଟି ପ୍ରତିଶ୍ରୁତିରୁ ୧୧ଟି ପ୍ରତିଶ୍ରୁତି ପାଳନ କରିଥିବା ମଧ୍ୟ ଦର୍ଶାଇଥିଲେ । ନୂତନ ନିଯୁକ୍ତି ସୃଷ୍ଟି , ଅନ୍ତ୍ୟୋଦୟ ଗୃହ ଯୋଜନାରେ ବାସହୀନଙ୍କୁ ପକ୍କା ଘର, କେନ୍ଦୁପତ୍ର ତୋଳାଳୀଙ୍କୁ ସହାୟତା, ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ସ୍ୱାସ୍ଥ୍ୟ ସେବା, ଜନଜାତି ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା, ନୂତନ ଶିକ୍ଷା ନୀତି ଲାଗୁ ଓ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ସଡ଼କ, ରେଳ ଓ ବିମାନ ଯୋଜନା ଇତ୍ୟାଦି ପଦକ୍ଷେପ ବିକଶିତ ଓଡ଼ିଶାର ମୂଳଦୁଆ ପକାଇଛି ବୋଲି ବିଜେପି ନିଜ ଅଭିଭାଷଣ ଏବଂ ରିପୋର୍ଟ କାର୍ଡରେ ଦର୍ଶାଇଛି । କିନ୍ତୁ ଏସବୁ ମିଛ , ମିଥ୍ୟା ପ୍ରତିଶ୍ରୁତି ଦେଇ ବିଜେପି ଲୋକଙ୍କୁ ଭଣ୍ଡେଇ ଥିବା ଅଭିଯୋଗ ଆଣିଥିଲେ ବିଜେଡି ନେତା ।

author

Related Articles

Leave a Reply

Your email address will not be published. Required fields are marked *